ଓଡ଼ିଶା ମୋଟର ଚାଳକ ସଂଘ ଭୁବନେଶ୍ୱର ତରଫରୁ ସ୍ୱାଧିନତା ଦିବସ ପାଳିତ

0

ଭୁବନେଶ୍ୱର : ଓଡ଼ିଶା ମୋଟର ଚାଳକ ସଙ୍ଘ ଭୁବନେଶ୍ୱର ତରଫରୁ ସ୍ୱାଧିନତା ଦିବସ ପାଳିତ ଅବସରରେ ବରମୁଣ୍ଡା ଦୂର୍ଗାପୂଜା ପଡ଼ିଆଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା  । ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ଜନତା ପାର୍ଟିର ଓଡ଼ିଶା ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ଭାରତ ସ୍ୱାଧିନତା ପାଇବାର ୭୪ ବର୍ଷ ପରେ ସ୍ୱାବାଲମ୍ବି ହେବାର ଆବଶ୍ୟକତା କଣ ପଡ଼ିଲା ତାହାର ସବିଶେଷ ଚର୍ଚ୍ଚା କରିଥିଲେ  । ଆନ୍ତର୍ଜାତୀୟ କୂଟନୀତିରେ ଭାରତର କ୍ରମବର୍ଦ୍ଧିଷ୍ଣୁ ପ୍ରଭାବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତକୁ ଏକ ଅର୍ଥନୈତିକ ଶକ୍ତି ଭାବେ ଉଭା ହେବାକୁ ପଡ଼ିବ ବୋଲି ଶ୍ରୀ ପଣ୍ଡା ମତ ପ୍ରକାଶ କରିଥିଲେ  ।

 ଏହି ପତାକା ଉତ୍ତୋଳନ ଉତ୍ସବରେ ସଂଘର ସଭାପତି ଶ୍ରୀ ମଦନମୋହନ ମଲ୍ଲିକ, ସଂଗଠନ ସମ୍ପାଦକ ଶ୍ରୀ ସୀମାଞ୍ଚଳ ନାଏକ, କୋଷାଧ୍ୟକ୍ଷ ବୁଲୁ ନାଏକ ତଥା କାର୍ଯ୍ୟକାରିଣୀ ସଦସ୍ୟ ସର୍ବଶ୍ରୀ ବିନୋଦ ବାରିକ, ବିଷ୍ଣୁପ୍ରସାଦ ଦାଶ, ସୁରେଶ ବେହେରା, ରାଜକିଶୋର ବେହେରା, କୈଳାସ ଚନ୍ଦ୍ର ସାହୁ, କୈଳାସ ଚନ୍ଦ୍ର ନାୟକ ଓ ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ସକି୍ରୟ ଭୂମିକା ଗ୍ରହଣ କରିଥିଲେ  ।

 

Leave A Reply

Your email address will not be published.