ପଦ୍ମପୁର/ଶାସକ ପ୍ରଶାସକ : ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ନିଜର ୨୦୦ ବର୍ଷ ର ପରାଧୀନତା ର ଜଞ୍ଜିର ଭାଙ୍ଗି ସ୍ୱାଧୀନତା ର ନିଶ୍ୱାସ ନେଇଥିଲା ଭାରତ ବର୍ଷ। ଦୀର୍ଘ ୭୪ ବର୍ଷ ପୁରଣ ପରେ ଆଜି ସେହି ଭାରତ ପୁନଃ ନିଜର ବିଶ୍ୱ ଗୁରୁ ମାନ୍ୟତା କୁ ବଜାୟ ରଖିବା ସହ ସାରା ବିଶ୍ୱର ଏକ ଅଗ୍ରଣୀ ଏବଂ ମହାଶକ୍ତି ଭାବରେ ବର୍ତ୍ତମାନ ନିଜର ପ୍ରୟାସ ବଳ ରେ ପ୍ରତିଷ୍ଠିତ ହେବା ସହ ଗଗନ , ସମୁଦ୍ର , ଭୁପୃଷ୍ଠ ସହ ମହାକାଶ ରେ ମଧ୍ୟ ନିଜର ଜ୍ଞାନ ଓ ବିଜ୍ଞାନ ବଳ ରେ ଶ୍ରେଷ୍ଠତା ର ପ୍ରାରିଚୟ ସ୍ଥାପନ କରି ପାରିଛି। ସେହି ରାଷ୍ଟ୍ର ଭାରତ ବର୍ଷ ଆଜି ତାର ୭୪ତମ ସ୍ୱାଧୀନତା ଦିବସ ପାଳନ କରିଥିବା ବେଳେ ପଦ୍ମପୁର ଭରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଠାରେ ମଧ୍ୟ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ କରି ସ୍ୱାଧୀନତା ଦିବସ ପାଳନ ମହାସମାରୋହରେ କରାଯାଇଛି। କରୋନା ଯୋଗୁ କୋବିଡ଼ ନିୟମ ଆଣୁସରେ କମ କାର୍ଯ୍ୟକର୍ତ୍ତା ଙ୍କ ଉପସ୍ଥିତି ରେ କୋବିଡ଼ର ସମସ୍ତ ନିୟମ ମାନି ସ୍ୱାଧୀନତା ଦିବସ ପାଳନ ହୋଇଥିବା ବେଳେ ସକାଳୁ ଚାଲିଥିବା ବର୍ଷା ସତ୍ୱେ ଆଜି ସ୍ୱାଧୀନତା ଦିବସ ରୀତିନୀତି ଅକ୍ଷୁର୍ଣ୍ଣତା ର ସହ ସମ୍ପର୍ଣ୍ଣ ହୋଇଥିଲା। ଗ୍ରିନ୍ ଇଣ୍ଡିଆ ର ସ୍ବପ୍ନ କୁ ପୁରଣ କରିବା ପାଇଁ ଏହି ପବିତ୍ର ସ୍ବାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। ଏହି ଅବସରରେ ପଦ୍ମପୁର ନଗର ସଭାପତି ସୁନୀଲ କୁମାର ଅଗ୍ରୱାଲ, ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିଦାର, ଅଶୋକ ମିଶ୍ର, ଡଃ ନାରାୟଣ ପୁରୋହିତ, ନାରୀ ନେତ୍ରୀ ଯୋଶ୍ନାରାଣୀ କର, ଏଡ଼ଭୋକେଟ ଆଦିତ୍ୟ ରଥ, ପ୍ରତାପ ମିଶ୍ର,ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ଯୁବ ନେତା ନରେଶ ସୁନ୍ଦର ସାହୁ, ଇଂଜିନିୟର କୁନାଲ ପାଣିଗ୍ରାହୀ, ହିତେଶ କୁମାର ଅଗ୍ରୱାଲ,ସୁରେଶ ସାହୁ, ରାଜୀବ ବଗର୍ତ୍ତି, ଦିନେଶ ବାରିକ,ନବ କିଶୋର ମେହେର, ଦୀପକ ବାରିକ, ସୋମ୍ୟରଞ୍ଜନ ମହାନ୍ତି,ରାଜୁ ମହାରଣା, କାହ୍ନା ବାରିକ,ଶ୍ୟାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.