ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୪  ତମ  ସ୍ୱାଧୀନତା ଦିବସ

0

ବରଗଡ :- ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ୭୪ ତମ  ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି। ଉପଖଣ୍ଡ ସ୍ଥାରୀୟ ସମାରୋହରେ ମୁଖ୍ୟ ଅତିଥି ଭାବରେ ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଅନ ଜାତୀୟ ପତାକା ଉତ୍ତୋଳନ କରିବା ସହିତ କୋବିଡ଼ ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ । ସେହିଭଳି ପାଇକମାଲ ଠାରେ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ସୋହେଲା ଠାରେ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଜୀବର୍ଧନ ବରିହା , ଝାରବନ୍ଧ ଠାରେ BDO ଶ୍ରୀ ରୁନୁ ଲାକ୍ରା , ଜଗଦଳପୂର  ଥାନାରେ ଥାନା ଅଧିକାରୀ ଲଳିତା ଲିଲିମା ବାର୍ଲା , ପାଇକମାଲ ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ପାଇକମାଲ ଥାନାରେ ଡ଼ିଏସପି  ଶ୍ରୀ ଦିନେଶ ନାଏକ , ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ରେ ଅଧ୍ୟକ୍ଷା ଶ୍ରୀମତୀ କାମିନୀ କର ପ୍ରମୁଖ ପତାକା ଉତ୍ତୋଳନ କରିବା ସହିତ କୋବିଡ଼ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଥିଲା ।

 

Leave A Reply

Your email address will not be published.