ଭୂମି ହିନଙ୍କୁ ଘରବାରୀ ପଟ୍ଟା ଓ ଆବାସ ପାଇଁ ଦାବି କଲା ଭିଲେଜର୍ସ ଇଣ୍ଡିଆ ପାଟ୍ଟି ଓ ଭୂମି ହିନ ମହିଳା ସଂଘ।

0

ବଲାଙ୍ଗିର (ସ୍ବତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର) : ବଲାଙ୍ଗିର ରେ ଦିନକୁ ଦିନ ଜବରଦଖଲ ବୃଦ୍ଧିପାଇବାରେ ଲାଗିଛି। ଗ୍ରାମାଞ୍ଚଳରେ କମଭାବ ଯୋଗୁଁ ସହର ମୂହା ହଉଛନ୍ତି ଲୋକେ। ସହରରେ ଆସି ସରକାରୀ ଜମି ରେ ଘର କରି କିମ୍ବା  ଭଡା ଘରେ ରହୁଛନ୍ତି। ଦିର୍ଘ ବର୍ଷ ଧରି ରହିଆସୁଥିଲେ ମଧ୍ୟ ସେ ମାନେ ଜାଗା ମିସନ,ବସୁନ୍ଧରା, ବା ବନବାସୀ ପଟ୍ଟା ଯୋଜନା  ରେ କୌଣସି ସୁବିଧା ପାଇ ପାରୁ ନାହାନ୍ତି। ପଟ୍ଟା ନଥିବା ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ବା  ବିଜୁ ପକ୍କା ଘର ଯୋଜନା ରେ ଅନ୍ତର୍ଭୁକ୍ତ ହୋଇପାରୁ ନାହାଁନ୍ତି। ଏହାର ସର୍ଭେ କରିକି ଭୂମି ହିନ ପରିବାର କୁ ପଟ୍ଟା ଦିଆଯାଉ ବୋଲି ଦାବି କରାଯାଇଛି। 

 ଭିଲେଜର୍ସ ଇଣ୍ଡିଆ ପାଟ୍ଟି ର ପ୍ରେସିଡେଣ୍ଟ ଡ଼ା. ବିପିନ୍ କୋଶଲିଆଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କୁ କୁ ଦାବୀ ପତ୍ର ଦିଆଯାଇଥିଲା। ଏଥିରେ କୁନୁ ମହାପାତ୍ର, ଅଞ୍ଜନା ନନ୍ଦ ବିଜୁଳି ନାଗ, ବିମଲ କିଶୋର ସରାଫ, ଶାନ୍ତା ସରାଫ, ବାସନ୍ତୀ ସରାଫ୍, କୁମୁଦିନୀ ସୁନା, ଅନୂପ ମାଝି, ରାଗି ପଟେଲ, ରଶ୍ମି କୁମ୍ଭାର, ଜଗବନ୍ଧୁ ନନ୍ଦ, ସୁମତି ବାଗ, ସମାରୀ କୁମ୍ଭାର, ବାସନ୍ତୀ ଖାଡିଆ, ଭଗବତୀ ବାରିକ, ବେଙ୍ଗ ନନ୍ଦ, ଚେର କଲେତ, ଦୁର୍ଯ୍ଯୋଧନ ସାହାଣି, ମହାଦେବ ପାତ୍ର, ଭୂଲୁ ନାଏକ, ବାଟୁଲୁ ପାତ୍ର, ଓ ସଖା ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.