ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା। 

0

 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀ ଉଦିତ ନାରାୟଣ ପଟ୍ଟନାୟକଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶ୍ରୀ ପଟ୍ଟନାୟକ ଗତ ଡିସେମ୍ବର ୨୦୧୭ରୁ ଏହି ଦାୟିତ୍ବରେ ରହି ନିଜର କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇ ଆସୁଥିଲେ। ବର୍ତ୍ତମାନ ସେ ରାଜ୍ୟ ସରକାରଙ୍କ ଦ୍ବାରା ପଦୋନ୍ନତି ପାଇ କେନ୍ଦୁଝର ଜିଲ୍ଲା ମୂଖ୍ୟ ଯୋଗାଣ ଅଧିକାରୀ ଭାବରେ ଯୋଗଦାନ କରିବେ। ଶ୍ରୀ  ପଟ୍ଟନାୟକଙ୍କୁ ବିଭାଗୀୟ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ।

Leave A Reply

Your email address will not be published.