ଏବିଭିପି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଶାଖା ପକ୍ଷରୁ “ଅଖଣ୍ଡ ଭାରତ” ଦିବସ ପାଳନ

0

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଶାଖା କାର୍ଯ୍ୟକାର୍ତ୍ତାଙ୍କ ଦ୍ବାରା “ଅଖଣ୍ଡ ଭାରତ” ଦିବସ ଏବିଭିପି କାର୍ଯ୍ୟାଳୟରେ ପାଳନ ହୋଇଯାଇଛି।

 ସେଥିରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଗଜପତି ବିଭାଗ ସହ ପ୍ରଚାରକ ମୁନିଦ୍ର ଶବର ଉପସ୍ଥିତ ରହି ଦୀପ ପ୍ରଜ୍ଵଳନ କରି ଭାରତ କିପରି ଖଣ୍ଡିତ ହୋଇଥିଲା ଏ ବିଷୟରେ କହି ଥିଲେ । ଏହି କାର୍ଯ୍ୟକ୍ରମ ରେ ନଗର ସହ ସମ୍ପାଦକ ବିଘ୍ନନେଶ୍ୱର ପଣ୍ଡା ଓ ଶ୍ରୀଧର ପାଣିଗ୍ରାହୀ ଓ ମିଡ଼ିଆ ଓ ସହ ବ୍ୟବସ୍ତା ପ୍ରମୁଖ କେଦାର ନାୟକ ଉପସ୍ଥିତ ଥିଲେ ଓ ପରିଷଦର ବିଭାଗ ସଂଗଠନ ସମ୍ପାଦକ ଦେବାଶିଷ ଦାସ ଓ ଅନ୍ୟାନ୍ୟ କାର୍ଯ୍ୟକାର୍ତ୍ତା ରହି ଅଗାମୀ ଦିନରେ ଆମେ କିଭଳି ମିଳିତ ଭାବେ କାର୍ଯ୍ୟକରି ଦେଶ ଓ ଛାତ୍ର ସମାଜ ହିତ ସାଧନରେ ଆଗକୁ ବଢ଼ିବା ଉଦ୍ଦେଶ୍ୟରେ ସମସ୍ତଙ୍କୁ ସଂକଳ୍ପ ବଦ୍ଧ କରାଇଥିଲା। ଶେଷରେ  “ବନ୍ଦେ ମାତରମ” ଗାନ କରି ସଭା ସାଙ୍ଗ କରାଯାଇ ଥିଲେ ।

Leave A Reply

Your email address will not be published.