ଗ୍ରିଣ୍ଡୋଲାପାଲି କଟା ରେ ଘାଇ ହୋଇ ବାଲିଚର ରେ ଫସଲ ନଷ୍ଟ ପ୍ରସଙ୍ଗ : ଖବର ପ୍ରକାଶନ ପରେ ବିଡିଓ , ଯନ୍ତ୍ରୀ , ରାଜସ୍ୱ ଅଧିକାରୀଙ୍କ ତଦନ୍ତ l

0

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜ଼ିଲ୍ଲା  ଧନକଉଡା ବ୍ଲକ  କଲାମାଟି ପଞ୍ଚାୟତ ଗ୍ରିଣ୍ଡୋଲାପାଲି  କଟା ରେ ଘାଇ ସୄୁଷ୍ଟି ହୋଇ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଏବଂ ଏଥିପାଇଁ ବ୍ଲକ ଅଧିକାରୀ ଯନ୍ତ୍ରୀଙ୍କୁ ଲୋକେ ଦାୟୀ କରିଥିବା ନେଇ ଖବର ପ୍ରକାଶନ ପରେ ଆଜି ଚିପିଲିମା ରାଜସ୍ୱ ଅଧିକାରୀ ଦିନେଶ ମିଶ୍ର ଆସି ଘଟଣା ସ୍ଥଳ  ପରିଦର୍ଶନ କରି ଫେରିଥିବା ଜଣାପଡ଼ିଛି । ସେହିପରି ଧନକଉଡା ବ୍ଲକ  ବିଡିଓ ବସନ୍ତ ହାତୀ ଙ୍କ ସହ ସହକାରୀ ଯନ୍ତ୍ରୀ , ଆସି ପରିଦର୍ଶନ କରି ଭଙ୍ଗା ଘାଇ କୁ ଅବିଳମ୍ବେ ବାନ୍ଧି ମରାମତି କରିବାକୁ ଆଦେଶ ଦେଇଥିବା ଜଣାପଡ଼ିଛି ।  ଅନୁଧ୍ୟାନ ସମୟରେ ବ୍ଲକ ଉପଧକ୍ଷ୍ଯା ସୁଷମା ସାହୁ , ସରପଞ୍ଚ ଶ୍ରୀହରି ନାଗ ଉପସ୍ତିତ ଥିବାବେଳେ , ଘଟଣାର ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦେବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଆଶ୍ବାସନା ଦେଇଥିବା ଉପାଧ୍ୟକ୍ଷା ସୁଷମା ସାହୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ରାଜସ୍ୱ ଅଧିକାରୀ ଶ୍ରୀ  ମିଶ୍ର କ୍ଷୟ କ୍ଷତି ର ଆକଳନ ସହ ତଦନ୍ତ ଚାଲିଛି ରିପୋର୍ଟ ଦିଆଯିବ ବୋଲି ପ୍ରକାଶ କରିଛନ୍ତି l

       

Leave A Reply

Your email address will not be published.