ସରକାରଙ୍କ ମାଲ, ନର୍ଦ୍ଦମା ମେ ଡାଲ : ଉଦ୍ଦେଶ୍ୟ ଯାଉ ଚୁଲୀକୁ 

0

ମାର୍କେଟ କମ୍ପ୍ଲେକ୍ସ ଘର ଅପରିଷ୍କାର ପଡି ରହିଛି, ପଞ୍ଚାୟତ ରାଜସ୍ୱ ହାରାଉଛି ।

ଝାରବନ୍ଧ-ମନୋହର ଦାଶ : ପଞ୍ଚାୟତର ରାଜସ୍ୱ ବୃଦ୍ଧି ଗରିବ ଲୋକଙ୍କୁ ଥଇଥାନ କରିବା ଲାଗି ଖର୍ଚ୍ଚ କରାଯାଇ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି।ହେଲେ ଏଥିରେ ବର୍ଷ ବର୍ଷ ଧରି ଖାଲି ପଡିରହିଛି।କମ୍ପ୍ଲେକ୍ସ ରେ ଗୋଟିଏ ଦୁଇଟି ଦୋକାନ ଖୋଲି ବାକିସବୁ ବନ୍ଦ ହୋଇ ପଡି ରହିଛି। ଫଳରେ ସରକାରଙ୍କ ଉଦ୍ଦେଶ୍ୟ ପୂରଣ ହୋଇ ପାରୁ ନଥିବା ବେଳେ ଲକ୍ଷ ଲକ୍ଷ ଟଙ୍କା ପାଣି ରେ ପଡିବା କେବଳ ସାର ହୋଇଛି ।

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଦ ବ୍ଲକ ଅନ୍ତର୍ଗତ ଲଉଡିଦରହା ପଞ୍ଚାୟତର ଲଉଡିଦରହା ଗ୍ରାମ ଠାରେ ଏହିଭଳି ଦେଖିବାକୁ ମିଳିଛି। ୨୦୦୫ -୨୦୦୬  ଆର୍ଥିକ ବର୍ଷ ରେ ୫ ବଖରା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ ନିମନ୍ତେ ଲକ୍ଷାଧିକ ଟଙ୍କା ମଞ୍ଜୁର ହୋଇଥିଲା।ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଫୋରେଷ୍ଟ ଅଫିସ  କୁ ଲାଗି ଏହାର ନିର୍ମାଣ କରାଯାଇଛି।ହେଲେ ନିର୍ମାଣ କୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ମାର୍କେଟ କମ୍ପ୍ଲେକ୍ସ ଗୃହକୁ ଅପରିଷ୍କାର ପରିଛଣ୍ଣ ରେ ପଡି ରହିଥିବାରୁ ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।ମାର୍କେଟ କମ୍ପ୍ଲେକ୍ସ କୁ ତୁରନ୍ତ ସଫା ସୁତୁରା କରି ଭଡା ରେ ଦେବାଲାଗି ସାଧାରଣ ଦାବି ହୁଏ।ଦୀର୍ଘ ବର୍ଷ ଧରି ନିର୍ମିତ ଏହି ମାର୍କେଟ କମ୍ପ୍ଲେକ୍ସ ବନ୍ଦ ପଡିଥିବା ନିଶ୍ଚିତ ଭାବେ ବିଡ଼ମ୍ବନା ର ବିଷୟ ।ବ୍ଲକ ପ୍ରସାଶନ  ଏ ନେଇ ତତ୍ପରତା ପ୍ରକାଶ କରୁନଥିବା ଅଭିଯୋଗ ହୁଏ ।ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୁଏ।

 

Leave A Reply

Your email address will not be published.