ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ ହେଲା

0

http://www.youtube.com/watch?v=nskBg7L8zPQ

୨୩ ତାରିଖ ସକାଳ ୯.୩୫ ରୁ ୯.୫୦ ମଧ୍ୟେ ହେବ ନବାନ୍ନ ଲାଗି

ସମ୍ବଲପୁର,  (ରମାକାନ୍ତ ବିଶ୍ବାଳ ) :ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ଲଗ୍ନ ଧାର୍ଯ୍ୟ ହୋଇଛି।ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଅନୁଶାରେ ଅଗଷ୍ଟ ୨୩ ତାରିଖ ରବିବାର ଦିନ ତୁଳା ଲଗ୍ନ ଅନୁଶାରେ ସକାଳ ୯.୩୫ ମିନିଟ ରୁ ୯.୫୦ ସମୟ ମଧ୍ୟରେ ଲାଗିବ ମାଁ ଙ୍କ ଠାରେ ନବାନ୍ନ । ନିର୍ଦ୍ଧାରିତ ଦିନ ଅନୁଯାୟୀ ଜନ୍ନାଷ୍ଟମୀର ପରଦିନ ନନ୍ଦୋତ୍ସବ ଦିନ ମାଁ ଙ୍କ ଲଗ୍ନ ଧାର୍ଯ୍ୟ କରାଯାଇଥାଏ। ସେହି କ୍ରମରେ ଆଜି ବ୍ରହ୍ମପୁରା ମନ୍ଦିର ପରିସରରେ ମନ୍ଦିରର ଟ୍ରଷ୍ଟଙ୍କ ସହାୟତାରେ ବ୍ରହ୍ମମଣ୍ଡପ ପଣ୍ଡିତ ମହାସଂଘ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଥିଲା। ମାଁ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ଅନୁଶାରେ ତୁଳା ଲଗ୍ନ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ନବାନ୍ନ ଲାଗି ପାଇଁ ସମୟ ଧାର୍ଯ୍ୟ ହୋଇଥିଲା। ଏହା ପରେ ସାରା ପଶ୍ଚିମ ଓଡିଶାବାସୀ ଘରେ ଘରେ ନୂଆଁଖାଇ ଉତ୍ସବ ପାଳନ କରିବେ ବୋଲି ପଣ୍ଡିତ ସଚ୍ଚିଦାନନ୍ଦ ଶର୍ମା ସୂଚନା ଦେଇଛନ୍ତି। 

         

Leave A Reply

Your email address will not be published.