ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଧାନ ବିକ୍ରିବଟl ପାଇଁ ଚାଷୀପଞ୍ଜିକରଣ ମିଆଦ ରହିଛି l ତେଣୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲ୍ୟାମ୍ପ ଗୁଡିକରେ ଫର୍ମ ଉପଲବ୍ଧ ହେବ l ଚାଷୀ ପଞ୍ଜିକରଣ ଓ ଧାନ ଚାଷରେ ସାର ପ୍ରୟୋଗ ପାଇଁ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସମବାୟ ସମିତି ଗୁଡିକରେ ଚାଷୀଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି l ଜିଲ୍ଲାର ଜମନକିରା, ଫାଶୀମାଲ ଓ କୁଲୁଣ୍ଡି, ଲଇଡା ଲ୍ୟାମ୍ପସ ରେ ଆଜି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି l କରୋନା ମହାମାରୀ ଯୋଗୁଁ ଜନଜୀବନ ଭୀତତ୍ରସ୍ତ ଥିବାବେଳେ ସାମାଜିକ ଦୂରତାକୁ ଉଲଂଘନକରି ଲମ୍ବା ଲାଇନରେ ଛିଡା ହୋଇଥିଲେ ଓ ପୋଲିସ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଉଥିଲେ ମଧ୍ୟ ଏହାକୁ ଖାତିର କରୁନ ଥିବା ଦେଖାଯାଉଛି l
Sign in
Sign in
Recover your password.
A password will be e-mailed to you.
Prev Post