ମହାନଦୀ ସୁରକ୍ଷା ଅଭିଯାନ : ମା’ ସମଲେଶ୍ୱରୀଙ୍କ ପୀଠରେ ଜଳଆଳତୀ 

0

17-05-18-maha.jpg - 97.06 kB

ସମ୍ବଲପୁର/ଗୌରାଙ୍ଗ ଦାଶ : ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଯାତ୍ରା ବରଗଡ଼ ଓ ଝାରସୁଗୁଡ଼ାରୁ ବୁଧବାର ଆରମ୍ଭ ହୋଇଥିଲା ବେଳେ ସମ୍ବଲପୁରରେ ଏହି ଯାତ୍ରା ପହଂଚିବା ପରେ ଏହି ଯାତ୍ରାକୁ ବିପୁଳ ସମ୍ବର୍ଧନା ଦିଆ ଯାଇଛି |  ଛତିଶଗଡ଼ ଯେପରି ଭାବେ ମହାନଦୀ ଉପର ମୁଣ୍ଡରେ ବହୁ ଶିଳ୍ପପ୍ରତିଷ୍ଠାନକୁ ଜଳ ଦେବା ପାଇଁ ଓଡ଼ିଶାକୁ ନଜଣାଇ ଏକାଧିକ ବ୍ୟାରେଜ୍‍ ନିର୍ମାଣ କରିଛି ଓ ସେଥିଯୋଗୁ ମହାନଦୀର ତଳମୁଣ୍ଡରେ ଓଡ଼ିଶାର ୧୫ଟି ଜିଲ୍ଲା ପ୍ରଭାବିତ ହେବା ସହ ଜଳ ପ୍ରବାହ କମି କମି ଯାଉଛି, ସେଥିନେଇ ଜନଜାଗରଣ ଯାତ୍ରା ସମୟରେ ଅନୁଷ୍ଠିତ ପଥପ୍ରାନ୍ତ ସଭା ଓ ସାଧାରଣ ସଭାରେ ବିଜୁ ଜନତା ଦଳ ନେତୃବୃନ୍ଦ ଉଦ୍‍ବେଗ ପ୍ରକାଶ କରିଛନ୍ତି । ଅଧିକରୁ ଅଧିକ ଜଣ ସାଧାରଣ ଏହି ଯାତ୍ରାରେ ସାମିଲ ହେଉଥିବା ଦେଖିବାକୁ ମିଳିଛି | 

ମହାନଦୀର ଡାହାଣ ପାଶ୍ୱର୍ରୁ ରାଜ୍ୟସଭା ସାଂସଦ ତଥା ବିଜେଡି ଉପ-ସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଓ ବାମ ପାଶ୍ୱର୍ରୁ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏହି ଜନଜାଗରଣ ଯାତ୍ରା ଆରମ୍ଭ ହୋଇଛି । ବରଗଡ଼ ଓ ଝାରସୁଗୁଡ଼ାରୁ ଆସୁଥିବା ଉଭୟ ମହାନଦୀ ସୁରକ୍ଷା ଅଭିଯାନ ସଦସ୍ୟମାନେ ବୁର୍ଲା ପିସି ବି୍ରଜ୍‍ ଠାରେ ଏବଂ ଭାଲୁପାଲ୍ଲୀରେ ଅପରାହ୍ଣ ୫ଟା ସମୟରେ ପହଞ୍ଚôବା ପରେ ସ୍ଥାନୀୟ ଜନପ୍ରତିନିଧି ଓ କର୍ମୀମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ପିସି ବି୍ରଜ ରାଲି ଲକ୍ଷ୍ମୀ ଡୁଙ୍ଗୁରି, ଦୁର୍ଗାପାଲି ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିବା  ସହ ଭାଲୁପାଲ୍ଲୀ ରାଲି ଅଇଁଠାପାଲ୍ଲୀ, ବୁଢ଼ାରାଜା, ମୋଦିପଡ଼ା, ଲକ୍ଷ୍ମୀ ଟକିଜ୍‍, ଜେଲ୍‍ ଛକ ଓ କଚେରୀ ଛକ ଦେଇ ରିଂ-ରୋଡ୍‍ରେ ମାରୱାଡ଼ିପଡ଼ା ଘାଟରେ ପହଂଚିଥିଲେ  । ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ପହଁଚିଥିବା  ଜନଜାଗରଣ ଯାତ୍ରାର ଉଭୟ ଟିମ୍‍ ସଦସ୍ୟମାନଙ୍କ ସହ ହଜାର ହଜାର ସ୍ଥାନୀୟ ବାସିନ୍ଦା ମାରୱାଡ଼ିପଡ଼ା ଘାଟରେ ଅନୁଷ୍ଠିତ  ‘ମହାନଦୀ ଜଳଆଳତି’ରେ ଯୋଗଦେଇଥିଲେ ।

ଏହି  ଯାତ୍ରାରେ ସାଂସଦ ପ୍ରତାପ କେଶରୀ ଦେବ, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ରୋହିତ ପୂଜାରୀ, ରମେଶ ପଟୁଆ, ଦେବେଶ ଆଚାର୍ଯ୍ୟ, ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ସାଂସଦ ପ୍ରଭାସ ସିଂହ, ନଗେନ୍ଦ୍ର ପ୍ରଧାନ, ଏନ୍‍. ଭାସ୍କର ରାଓ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ପୂର୍ବତନ ବିଧାୟକ ରବି ପାଣି, ଅନୁପ ସାଏ, ବୃନ୍ଦାବନ ମାଝୀ, ଭୁବନେଶ୍ୱର କିଷାନ, ସମ୍ବଲପୁର ଜିଲ୍ଳା ସଭାପତି ପ୍ରମୋଦ ରଥ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ବିଜେଡି ନେତା ବିଜୟ ମହାନ୍ତି, ସିଦ୍ଧାର୍ଥ ଦାସ, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜୀତ ମହାନ୍ତି, ଉପଦେଷ୍ଟା କୁନବିହାରୀ ଦାସ, ଅମରେଶ ଜେନାଙ୍କ ସମେତ ୧୦ ହଜାରରୁ ଊଦ୍ଧ୍ୱର୍ ବୁଦ୍ଧିଜୀବୀ, କୃଷକ, ମହିଳା, ଯୁବକ-ଛାତ୍ର ପ୍ରମୁଖ ଏହି ଜନଜାଗରଣ ଓ ଜଳ ଆଳତିରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.