ବାଲି ମାଫିଆଙ୍କ ଉତ୍ପାତ ଲୋକେ ଆର୍.ଡି.ସି ଙ୍କ ଦ୍ବାରସ୍ଥ 

0

18-05-18-nila.jpg - 190.23 kB
ପଦ୍ମପୁର-ପଦ୍ମପୁର ଉପଖଣ୍ଡସ୍ଥ ଅଂଗ ନଦୀରୁ ବେଆଇନ ବାଲି ଉତ୍ତୋଳନ ଏବଂ ଛତିଶଗଡ଼କୁ ଚାଲାଣ ରୋକିବା ପାଈଁ ସ୍ଥାନୀୟ ଲୋକ ଆର୍ ଡିସିଙ୍କ ଦ୍ବାରସ୍ଥ ହୋଇଛନ୍ତି।ଗତ ୨ବର୍ଷ ହେଲା ବଡ଼କୁଞ୍ଜାରି ବାଲି ଘାଟରୁ ବେଆଇନ ଭାବେ ବାଲି ବିକ୍ରି କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି।ବଡ଼କୁଞ୍ଜାରି,ସାନକୁଞ୍ଜାରିଏବଂ ବଡ଼ମହୁଲପାଲି ର ବାସିନ୍ଦାମାନେ ଛତିଶଗଡ ଏବଂ ସ୍ଥାନୀୟ ବାଲି ମାଫିଆଙ୍କ ମଧୁଚନ୍ଦ୍ରିକାରେ ଅତିଷ୍ଠ ହୋଇପଡିଛନ୍ତି।ଅଭିଯୋଗ ହେଲା, ବଡ଼କୁଞ୍ଜାରି ଘାଟରୁ ହାରାହାରି ୨୨ଶହ ଡମ୍ଫର ବାଲି ଛତିଶଗଡ଼କୁ ଚାଲାଣ ହୋଇଛି।ଅନୁମାନିକ ମୂଲ୍ୟ ୩କୋଟି ୮୦ଲକ୍ଷ ଟଙ୍କା ହେବ।ଏନେଇ ଲୋକେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସକୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ବାଲି ଚାଲାଣ ଉପରେ ରୋକ୍ ଲଗାଇବାକୁ ଲୋକେ ଆର୍ ଡିସିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।ଶମ୍ଭୁ ପଟେଲ ,କ୍ଷମାନିଧି ପଟେଲ,ଲଲିତ ପଟେଲ, ମଦନ ପଟେଲ ଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ କରାଯାଇଛି।

Leave A Reply

Your email address will not be published.