ନୂଆପଡ଼ା(ଅମିତ ପୁରୋହିତ): କରୋନା ମହାମାରି ସମୟରେ ନୂଆପଡ଼ା ଜିଲ୍ଲାରେ ରକ୍ତଭାବ ଦୂର କରିବା ପାଇଁ ବିଜୁ ଜନତା ଦଳ ଆଗେଇ ଆସିଛି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓଡିଶା-ମୋ ପରିବାର ଯୋଜନାରେ ଖରିଆରରୋଡ ସେବା ସମିତି ସହାୟତାରେ ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି । ବିଧାୟକ ଶ୍ରୀ ଢୋଲକିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ବିଜେଡି ଜିଲ୍ଲା ସଭାପତି ତଥା କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର, ପୂର୍ବତନ ଯୁବ ବିଜେଡି ଜିଲ୍ଲା ସଭାପତି ଅବନୀ ରଂଜନ ଯୋଷୀ, ଯୁବନେତା ହରିଶ୍ଚନ୍ଦ୍ର ପଣ୍ଡା(ଟିଟୁ), ପୂର୍ବତନ କାଉନସିଲର ଶେଖର ଜୈନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଠାରେ ୪୬ ୟୁନିଟ ରକ୍ତ ସଂଗ୍ରହ କରି ଜିଲ୍ଲା ମୁଖ୍ୟ ରକ୍ତ ଭଣ୍ଡାରକୁ ହସ୍ତାନ୍ତର କରିଥିଲେ । ଏହି ଅବସରରେ ମୋ-ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ସଂଯୋଜକ ଭାବେ ନିୟମିତ ରକ୍ତଦାତା ମନୋଜ ଡାଗାଙ୍କୁ ନିଯୁକ୍ତ କରିଥିଲେ । ଜିଲ୍ଲା ରକ୍ତ ଭଣ୍ଡାର ଅଧିକାରୀ ଡା.ଲଲିତ ମୋହନ ବିଶିଙ୍କ ନେତୃତ୍ୱରେ ରକ୍ତ ଭଣ୍ଡାର କତ୍ତୃପକ୍ଷ ରକ୍ତ ସଂଗ୍ରହ କରିଥିଲେ । ଖରିଆରରୋଡ ସେବା ସମିତି ସଭାପତି ନିଶାନ୍ତ ଡାଗାଙ୍କ ନେତୃତ୍ୱରେ ଋଷି ଜାଲ, ବିକାଶ ତାଣ୍ଡି, ସରୋଜ ଜଗତ, ନମନ ଶର୍ମା, ଅଭିଷେକ ସାହୁ, ଗୋଲୁ ସେନ, ରାକେଶ ଅଗ୍ରୱାଲ, ମୋବିନ ଖାନ, ସୁରଭି ପାଣିଗ୍ରାହୀ, ଉର୍ମୀଲା କାଣ୍ଡ, ଜ୍ଞାନସିଂ ମାଝି, ପ୍ରମ ପଟେଲ ପ୍ରମୁଖ ସହୟତା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post