ପାଟଣାଗଡରେ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ରକ୍ତଦାନ ଶିବିର 

0

ସଂଗୃହୀତ ହେଲା ୧୬୦ ୟୁନିଟ ରକ୍ତ 

  ପାଟଣାଗଡ଼ (ଶାସକ ପ୍ରଶାସକ) ସମଗ୍ର ଦେଶରେ ଲକ୍ ଡାଉନ୍ ଲାଗୁ ହୋଇଥିବା ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ବିଜୁ ଜନତା ଦଳର ସଭାପତି ତଥା  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର -ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆରମ୍ଭ ହୋଇଛି ସପ୍ତାହ ବ୍ୟାପି ଅଭିଯାନ ରକ୍ତ ସଂଗ୍ରହ ଅଭିଯାନ | କ୍ରାନ୍ତି ଦିବସରୁ ସ୍ୱତନ୍ତ୍ରତା ଦିବସ ପର୍ଯ୍ୟନ୍ତ ଏହି ଅଭିଯାନ କ୍ରମରେ ପାଟଣାଗଡ଼ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ | ପାଟଣାଗଡ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱରେ ବୀଣାପାଣି କଲେଜ ଧୂମାଭଟା ଠାରେ ଅନୁଷ୍ଠିତ ଏହି ଜୀବନ ବିନ୍ଦୁ ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ  ଶ୍ରୀ ସୁଶାନ୍ତ ସିଂ ଏବଂ ମହିଳା ଶିଶୁକଲ୍ୟାଣ ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ ଅତିଥି ଭାବେ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ | ଏହି “ଜୀବନବିନ୍ଦୁ” ଓଡିଶା ମୋ ପରିବାର ରକ୍ତଦାନ କାର୍ଯକ୍ରମ ସାମାଜିକ ଦୁରତ୍ଵ ବଜାୟ ରଖି  ଅନୁଷ୍ଠିତ ହୋଇଥିଲା  ଏହି କାର୍ଯ୍ୟକ୍ରମରେ 160 ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା | ସମସ୍ତ ରକ୍ତଦାତା ଓ ଉତ୍ସାହିତ କରିବା ପାଇଁ ଉପସ୍ଥିତ ଥିବା ମନ୍ତ୍ରୀ ଦ୍ବୟ ତଥା ଦଳୀୟ କର୍ମକର୍ତ୍ତାଙ୍କୁ ବିଧାୟକ ଶ୍ରୀ ମେହେର ଧନ୍ୟବାଦ ଅର୍ପଣ କରିଛନ୍ତି | 

Leave A Reply

Your email address will not be published.