ଝାରସୁଗୁଡ଼ାରେ କଂଗ୍ରେସର କ୍ରାନ୍ତି ଦିବସ ପାଳନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ତରଫରୁ କଂଗ୍ରେସ ଭବନରେ କ୍ରାନ୍ତି ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ମହେନ୍ଦ୍ର ନାୟକ ଅଧ୍ୟକ୍ଷତା କରି ଦିବସର ମହତ୍ବ ଓ ବର୍ତ୍ତମାନ ପରିପ୍ରେକ୍ଷୀରେ କଂଗ୍ରେସ କର୍ମୀମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। 

ଆଜିର ଦିନରେ ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ ଭାରତଛାଡ଼ ଆନ୍ଦୋଳନରେ ଅସଂଖ୍ୟ ଲୋକ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଘରଦ୍ବାର ଛାଡ଼ି ‘କର ବା ମର’ ବ୍ରତ ନେଇ ଆନ୍ଦୋଳନ ଆରମ୍ଭ କରି ରାସ୍ତାକୁ ଓହ୍ଲାଇଥିଲେ। ସେତେବେଳେ ଲକ୍ଷ ଲକ୍ଷ ଦେଶପ୍ରେମୀ କଂଗ୍ରେସ କର୍ମୀ ଜେଲ ଯାଇଥିଲେ, ଲାଠି ଓ ଗୁଳି ମାଡ଼ ଖାଇଥିଲେ। ମାତ୍ର ବର୍ତ୍ତମାନର କେନ୍ଦ୍ରର ବିଜେପି ସରକାରର ଆଦର୍ଶ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସେହି ଆନ୍ଦୋଳନକୁ ବିରୋଧ କରିଥିଲା ଏବଂ ବର୍ତ୍ତମାନ ଦେଶର ଜନତା ସହ ବିଶ୍ବାସଘାତକତା କରିଥିବା ସଂଘର କର୍ମକର୍ତ୍ତାମାନେ କଂଗ୍ରେସ ଦଳକୁ ଦେଶଦ୍ରୋହୀ ବୋଲି ଅପପ୍ରଚାର କରୁଛନ୍ତି ବୋଲି ଶ୍ରୀ ନାୟକ କ୍ରୋଧ ପ୍ରକାଶ କରିଥିଲେ।ଏହାଛଡ଼ା ବର୍ତ୍ତମାନର ବିଜେପି ସରକାର ଜନହିତକର କାର୍ଯ୍ୟ ବଦଳରେ ଜନବିରୋଧୀ ଆଇନ ସବୁ ଲାଗୁ କରିବାକୁ ଚେଷ୍ଟା କରୁଛି, ସମ୍ବିଧାନ ବିରୋଧୀ କାର୍ଯ୍ୟ କରୁଛି ଓ ଇତିହାସକୁ ପରିବର୍ତ୍ତନ କରିବାର କୁଚେଷ୍ଟା ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।ଏହା ସବୁ ଅଗଣାନ୍ତ୍ରିକ ବୋଲି ସେ କହିଛନ୍ତି।କଂଗ୍ରେସର ପ୍ରତ୍ୟେକ କର୍ମୀ ଭାରତ ଇତିହାସରେ କଂଗ୍ରେସର ଭୂମିକା ଘରେ ଘରେ ପହଞ୍ଚାଇବାକୁ ସେ ଆହ୍ବାନ ଦେଇଛନ୍ତି। ଏହି ଅବସରରେ ଦେଶର ବିଭିନ୍ନ ମହାପୁରୁଷଙ୍କର ଅବଦାନକୁ ସ୍ମରଣ କରାଯାଇ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। 

ଏହି କାର୍ଯ୍ୟକ୍ରମରେ ଫକୀର ନାୟକ, ପ୍ରଶାନ୍ତ ବିଶି, ସଂଜୟ ମହାପାତ୍ର, କମାଲ ଖାନ ଏବଂ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Leave A Reply

Your email address will not be published.