ପଦ୍ମପୁର ରେ କ୍ରାନ୍ତି ଦିବସରେ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

0

ପଦ୍ମପୁର : ଭାରତ ସ୍ୱାଧୀନତା ପୂର୍ବରୁ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଦିନ ଭାରତ ଛାଡ଼ ଆନ୍ଦୋଳନ ର ନାରା ରେ ସାରା ଭାରତ କୁ ଏକ କରି ନିଜର ଜୀବନ ମୃତ୍ୟୁ ବିଷୟରେ ନ ଭାବି ଦେଶମାତୃକା ପାଇଁ ନିଜର ଜଳାଞ୍ଜଳି ଦେଇ ମଧ୍ୟ ସ୍ବରାଷ୍ଟ୍ର କୁ ବ୍ରିଟିଶ କବଳ ରୁ ଛଡାଇବା ପାଇଁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ସେହି ବିରତ୍ୱ ପୁର୍ଣ୍ଣ ଗାଥା ସ୍ୱାଭିମାନ ଓ ସମର୍ପଣ ର ପ୍ରତୀକ ହୋଇ ଯାଇଥିଲା ଅଗଷ୍ଟ ୯ ତାରିଖ। ପ୍ରତିବର୍ଷ ଅଗଷ୍ଟ ୯ ତାରିଖ କୁ କ୍ରାନ୍ତି ଦିବସ ରୂପେ ପାଳନ କରା ଯାଉଥିବା ବେଳେ ଚଳିତ ବର୍ଷ ମଧ୍ୟ କରୋନା କଟକଣା ଯୋଗୁଁ ନିୟମ ଅନୁଯାୟୀ ପଦ୍ମପୁର ର ବିଭିର୍ଣ ସ୍ଥାନ ରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ମାନଙ୍କୁ ମାଲ୍ୟାର୍ପଣ ସହ ଶ୍ରଦ୍ଧା ସୁମନ ଆର୍ପଣ କରି ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚ୍ଚ ତରଫରୁ ଭକ୍ତି ପୁର୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଅଛି। ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ପ୍ରିତେଶ କୁମାର ବହିଦାର, ପଦ୍ମପୁର ନଗର ସଭାପତି ସୁନୀଲ ଅଗ୍ରୱାଲ, ଏଡ଼ଭୋକେଟ ଆଦିତ୍ୟ ରଥ, ନଗର ଯୁବମୋର୍ଚା ସଭାପତି ପ୍ରମୋଦ ମେହେର, ଯୁବ ନେତା ନରେଶ ସୁନ୍ଦର ସାହୁ, ଇଂଜିନିୟର କୁନାଲ ପାଣିଗ୍ରାହୀ, ଅମିତ ଗର୍ଗ, ସୁରେଶ ସାହୁ, ରାଜୀବ ବଗର୍ତ୍ତି, ଦିନେଶ ବାରିକ,ନବ କିଶୋର ମେହେର, ଦୀପକ ବାରିକ,ରାଜୁ ମହାରଣା, କାହ୍ନା ବାରିକ,ଶ୍ୟାମ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଭାରତ ର ସେହି ବରପୁତ୍ର ମନଙ୍କର ସ୍ମୃତି ଚାରଣ କରିଥିଲେ।

Leave A Reply

Your email address will not be published.