ବଲାଙ୍ଗୀର(ନିରୋଜ ମିଶ୍ର): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲର କରୋନା ଆଇସୋଲେସନ ବିଭାଗରେ ଜଣେ ରୋଗୀଙ୍କ ଚିକତ୍ସା ରେ ଡାକ୍ତର ଙ୍କ ଅବହେଳା କୁ ନେଇ ମୃତ୍ୟୁ ହୋଇ ଥିବା ନେଇ ଆଇସୋଲେସନ ପରିସରରେ ଉତ୍ତେଜନା ତଥା ବାଦ ବିବାଦ ପରେ ଆଜି ମୃତ ଜିତେନ୍ଦ୍ର ସୁନା ଙ୍କ ସମ୍ପର୍କୀୟ ଓ ଆତ୍ମୀୟ ସ୍ଵଜନଙ୍କୁ ପୋଲିସ ଘରୁ ଉଠାଇନେଇଥିବା ଅଭିଯୋଗ ରେ ବିଷ୍ଣୁମୁଣ୍ଡା ରାଜରାସ୍ତାକୁ ଓଲ୍ଲାଇଛନ୍ତି।ଏବଂ ଦାବି ରଖିଛନ୍ତି ମୃତ ପରିବାର ବର୍ଗଙ୍କୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ସହ ପରିବାର ର ଜଣଙ୍କୁ ଭୀମଭୋଇ ମେଡ଼ିକାଲ କଲେଜ ରେ କାର୍ଯ୍ୟ ରତ ଭାବେ ନିଯୁକ୍ତି ଦେବା ପାଇଁ।ଅନ୍ୟପଟେ ବଲାଙ୍ଗୀର ଟାଉନ ପୋଲିସ ଡାକ୍ତରଙ୍କୁ ମାଡ଼ ମାରିଥିବା ଅଭିଯୋଗରେ ୫ ଜଣଙ୍କୁ ଘରୁ ଗିରଫ କରିଛି । ତେବେ ଆନ୍ଦୋଳନ କାରୀ ଦାବି ରଖିଛନ୍ତି ଯେ ପ୍ରଯନ୍ତ ଗିରଫ କରିଥିବା ପରିବାର ସ୍ୱଜନ ଙ୍କୁ ପୋଲିସ ନ ଛାଡିଛି ସେ parjyanta ବିଷ୍ଣୁମୁଣ୍ଡା ରାଜରାସ୍ତା ସମ୍ପୂର୍ଣ୍ଣ ବନ୍ଧ ରହିବା ସହ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.