ଡୁମେରଗୁଡା ଗ୍ରାମ ପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ସରପଞ୍ଚ 

0

ଧର୍ମଗଡ ସୁଶାନ୍ତ ରାଉତ  କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ମୁଖୀଗୁଡା ଗ୍ରାମରେ  ଜଣେ ପ୍ରବାସୀ ଙ୍କ ଠାରେ  କରୋନା ପଜେଟିଭ ବାହାରିଥିବା ଜଣାପଡିଛି । ରିପୋର୍ଟ ଆସିବା ପରେ  ଡୁମେରଗୁଡା ସରପଞ୍ଚ ସୁରେଶ ଭଇଁସାଲ ତୁରନ୍ତ  ମୁଖୀଗୁଡା ଗ୍ରାମ କୁ ଯାଇ  ପରିସ୍ଥିତି ଅନୁଧ୍ୟାନ କରିବା ସହ ଜନ ସାଧାରଣ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ସଂପୃକ୍ତ ଯୁବକ ଗତ ୬ ତାରିଖ ଦିନ ରାୟଗଡା ଟିକିରିରୁ ଆସି ମୁଖୀଗୁଡା ନିଜ ଘରେ ରହି ଥିବା ବେଳେ ଆଜି ସେ ରକ୍ତ ନମୁନା ପରୀକ୍ଷା କରାଇଥିଲେ | କିଛି ଘଣ୍ଟା ପରେ ସ୍ୱାବ ରିପୋର୍ଟ ପଜେଟିଭ ଆସିବା ପରେ ତାଙ୍କୁ କୋଭିଡ-୧୯ ଭବାନୀପାଟଣା ହସ୍ପିଟାଲ କୁ ସ୍ଥାନନ୍ତର କରାଯାଇଛି । ସଂପୃକ୍ତ ଯୁବକ ନିଜ ଘରେ ରହି ଥିବାରୁ ଅନ୍ୟ ମାନଙ୍କ ସଂଷ୍ପର୍ଶରେ ଆସି ନ ଥିବା କାରଣରୁ ପ୍ରଶାସନ ଭୟଭୀତ ନହେବା ପାଇଁ କହିଛନ୍ତି। ଯୁବକ ଜଣକ ରିପୋର୍ଟ ପଜିଟିଭ ଆସିଥିବାରୁ ଡୁମେରଗୁଡା ଗ୍ରାମ ପଞ୍ଚାୟତ କୁ ତା:୭/୮/୨୦୨୦ ଠାରୁ ୧0/୮/୨0୨୦ ରିଖ ପର୍ଯ୍ୟନ୍ତ  ସରପଞ୍ଚ ଶ୍ରୀ ଭଇଁସାଲ ସଟଡାଉନ ଘୋଷଣା କରିଛନ୍ତି |

Leave A Reply

Your email address will not be published.