ଗିରିଶ ମୁର୍ମୁଙ୍କୁ ଶୁଭକାମନା ଜଣାଇଲେ ନବୀନ ଓ ଧର୍ମେନ୍ଦ୍ର 

0

ଓଡ଼ିଆ ଅଧିକାରୀଙ୍କ ଦସ୍ତଖତରେ ଓଡ଼ିଆ ଅଧିକାରୀଙ୍କ ନିଯୁକ୍ତି ପତ୍ର  

ଭୁବନେଶ୍ୱର (ଶାସକ ପ୍ରଶାସକ) ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିବା ଓଡିଶାର ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଦେଶର ସିଏଜି ଭାବରେ ନିଯୁକ୍ତି ଦେଇଛନ୍ତି ଭାରତ ସରକାର । ଏଭଳି ଗୁରୁତ୍ୱପୂର୍ଣ ସାମ୍ବିଧାନିକ ପଦବୀରେ ନିଯୁକ୍ତି ପାଇବାରେ  ଶ୍ରୀ ମୁର୍ମୁ ହେଉଛନ୍ତି ପ୍ରଥମ ଓଡିଆ । ଏହି ଗୁରୁତ୍ୱପୂର୍ଣ୍ଣ ପାଦରେ ନିଯୁକ୍ତି ପାଇଥିବା ଯୋଗୁ ଶ୍ରୀ ମୁର୍ମୁଂକୁ ଶୁଭକାମନା ଜଣାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ ଏବଂ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | 

ଓଡିଶା ମୁଖ୍ୟମନ୍ତ୍ରୀ  ନବୀନ  ପଟ୍ଟନାୟକ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି “ଓଡିଶାର ଜନ୍ମିତ ଆଇଏଏସ ଅଧିକାରୀ ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଭାବରେ ନିଯୁକ୍ତ କରାଯାଇଛି। ତାଙ୍କର ନୂତନ ଦାୟିତ୍ୱ ପାଇଁ ତାଙ୍କୁ ଶୁଭେଚ୍ଛା। ”

କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଶ୍ରୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି “ଶ୍ରୀ ଗିରିଶ ଚନ୍ଦ୍ର ମୁର୍ମୁ ଭାରତର ନୂତନ CAG ଭାବରେ ନିଯୁକ୍ତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ। ଜଣେ ଉତ୍ତମ ପ୍ରଶାସକ, ଶ୍ରୀ ମୁର୍ମୁ ମଧ୍ୟ ପ୍ରଥମ ଓଡିଆ ଯିଏକି ଭାରତର କମ୍ପ୍ଟ୍ରୋଲର-ଅଡିଟର ଜେନେରାଲର ସମ୍ମାନଜନକ ପଦବୀରେ ଅବସ୍ଥାପିତ ହୋଇଛନ୍ତି । ମୁଁ ତାଙ୍କ ଏହି ନୂଆ ଦାୟିତ୍ୱ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଉଛି। ”

କାକତାଳୀୟ ହେଲେ ବି ଗୋଟିଏ ମଜାଦାର କଥା ରହିଛି ଶ୍ରୀ ମୁର୍ମୁଙ୍କ ନିଯୁକ୍ତିପତ୍ରରେ | ସିଏଜି ପଦରୁ ବିଦାୟ ନେବେ ରାଜସ୍ଥାନ କ୍ୟାଡର ଆଇଏଏସ ଅଫିସର ରାଜୀବ ମହର୍ଷି | ଆଉ ତାଙ୍କ ସ୍ଥାନରେ ଗୁଜୁରାଟ କ୍ୟାଡର ଓଡ଼ିଆ ଆଇଏଏସ ଅଫିସର ଗିରିଶ ମୁର୍ମୁଙ୍କ ନିଯୁକ୍ତି ସମ୍ପର୍କରେ ଜାରି ନିଯୁକ୍ତି ନାମରେ ସାକ୍ଷର କରିଥିବା ଶ୍ରୀ ରଜତ କୁମାର ମିଶ୍ର ବି ଜଣେ  ଓଡ଼ିଆ ଆଇଏଏସ ଅଫିସର , ଯେ କି ରାଜସ୍ଥାନ କ୍ୟାଡର ୧୯୯୨ ବ୍ୟାଚର ଆଇଏଏସ ଅଫିସର   | 

Leave A Reply

Your email address will not be published.