ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟ୍ ନୀରବ ପ୍ରାର୍ଥନା ସହ ଶପଥ ପାଠ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୫ ତାରିଖ ସଂଧ୍ୟା ୬ ଘଣ୍ଟା ସମୟରେ ନିଜ ଘରେ ତଥା ଯିଏ ଯେଉଁଠାରେ ବି ଥାନ୍ତୁ ସେହିଠାରେ ଠିଆ ହୋଇ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା ସହ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ ପାଠ କାର୍ଯ୍ୟକ୍ରମରେ ଭାଗ ନେବାକୁ ସାଢ଼େ୪ କୋଟି ଓଡିଶାବାସୀଙ୍କୁ ନିବେଦନ କରିଥିଲେ ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଆହ୍ନାନ କ୍ରମେ ବୁଧବାର ଦିନ ସନ୍ଧ୍ୟା ୬ ଘଣ୍ଟା ସମୟରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନିରବ ପ୍ରାର୍ଥନା ସହ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ନେତୃତ୍ବରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ୧ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । ପରେ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ ପାଠ କରାଇଥିଲେ।ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ସାଥି , ଜମାଦାର , ସଫେଇ କର୍ମଚାରୀ ଓ ପୌରପରିଷଦର ସମସ୍ତେ କର୍ମଚାରୀ ଉପସ୍ଥିତ ଥିଲେ।

 ସେହିପରି ସ୍ଥାନୀୟ ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତପନ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ଏକ ମିନିଟ ନୀରବ ପ୍ରାର୍ଥନା  କରାଯିବା ସହ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ ପାଠ କରାଇଥିଲେ। ପାରଳାଖେମୁଣ୍ଡି ସହରର ରାଜନହର ସମ୍ମୁଖରେ ପ୍ରଶାସନ ପକ୍ଷରୁ ମଧ୍ୟ କେଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ୧ ମିନିଟ ନୀରବ ପ୍ରାର୍ଥନା କରାଯିବା ସହ କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଶପଥ ପାଠ କରାଯାଇଥିଲା।

Leave A Reply

Your email address will not be published.