ଏପଟେ  ଜାତିଆଣ ଭାବ, ସେପଟେ  କରୋନା ଭୟ : ଚକ୍ରବ୍ୟୁହରେ ଫସିଛି  ମଣିଷପଣିଆ 

0

ପଡ଼ିରହିଲା ଶବ, କାନ୍ଧ ଦେବାକୁ ଆସିଲେନି ଆତ୍ମୀୟ : ଶେଷରେ ସରପଂଚ ଆସି କଲେ ଅନ୍ତିମ ସଂସ୍କାର  

ଗାଇସିଲେଟ/କେଦାର ନାଥ ସାହୁ: ଗାଁରେ ଜାତିଆଣ ଭାବ, ଆଉ ଆର ଗାଁରେ ଥିବା ଆତ୍ମୀୟଙ୍କ ମନରେ କାରଣ ଭୟ | ହଜାଇଦେଲା ମଣିଷ ପଣିଆ | ମଲାପରେ କେହି ଆସିଲେନି କାନ୍ଧ ଦେବାକୁ | ହେଲେ ଶେଷରେ ମଣିଷ ପଡିଆ ଦେଖାଇଲେ ଯୁବ ସରପଂଚ | ସାମାଜିକ ବନ୍ଧନ ଆଉ କରୋନା ଆତଙ୍କକୁ ତୁଚ୍ଛ ମଣି ଆଗେଇ ଆସିଲେ ଓ ମାନବିକତାର ପରିଚୟ ଦେଇ ସହାୟତାର ହାତ ବଢେଇଲେ ସ୍ଥାନୀୟ ସରପଞ୍ଚ ସୁଶାନ୍ତ କୁମାର ସାହୁ ଓ ତାଙ୍କର କିଛି ସହଯୋଗୀ |  

ଘଟଣାଟି ଘଟିଛି  ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ପଞ୍ଚାୟତର ତାଲପାଲି ଗ୍ରାମରେ | ଗତକାଲି  ଅପରାହ୍ନ ଚାରିଟା ସମୟରେ ତାଲପାଲି ଗ୍ରାମର ନବେ ମିର୍ଦ୍ଧା (20) ନାମକ ଏକ ଯୁବକର ମୃତ୍ୟୁ ହୋଇଥିଲା। ସେ ପ୍ରାୟ କୋଡିଏ ଦିନ ଧରି ଜ୍ବରରେ ଆକ୍ରାନ୍ତ ଥିବାବେଳେ ଦେହ ଅବସ୍ଥା ଅତ୍ୟନ୍ତ ଗୁରୁତର  ହେବାରୁ ନବେକୁ ଉପଖଣ୍ଡସ୍ଥ ଚିକିତ୍ସାଳୟକୁ ନିଆଯାଇଥିଲା |  ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିବାପରେ ମୃତ୍ୟୁ ଦେହକୁ ତାଲପାଲି ଅଣାଯାଇଥିଲା। ଘରେ ମୃତ ଯୁବକଙ୍କ  ବଡଭାଇ,ବିଧବା ମାଁ ଏବଂ ଭାଉଜକୁ ଛାଡି ଆଉ ନିଜର ବୋଲି କେହି ନାହିଁନ୍ତି। ଜାତିଆଣ ଭାବ ରଖି ଅବା ଭିତରେ କରୋନା ଭୟ କାରଣରୁ ଗାଁ ଲୋକ ଆସିଲେନି | ସେପଟେ ଆର ଗାଁରେ ଥିବା ତାଙ୍କ  ତାଙ୍କ ନିଜ ଲୋକବି ଆସିଲେନି କାନ୍ଧ ଦେବାକୁ ।ଶବଟି ଦୀର୍ଘ ଚାରିଘଣ୍ଟା ଧରି ଘରେ ପଡିରହିଥିବାର ଜାଣିସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ନିଷ୍ପତ୍ତି ନେଇଥିଲେ ସବାସତ୍କାର କରିବା ପାଇଁ | ତାଙ୍କ  ପ୍ରେରଣାରେ ଗ୍ରାମର କିଛି ଯୁବକ ଶବଟିକୁ କାନ୍ଧଦେବାପାଇଁ ଆଗକୁ ଆସିଥିଲେ। ଶବଟିକୁ ପୋତିବାପାଇଁ ସରପଞ୍ଚ ଶ୍ରୀଯୁକ୍ତ ସାହୁ ଜେ.ସି.ବି ଦ୍ବାରା ଗାତଖୋଲି ଶବ ସତ୍କାର ପାଇଁ ସହଯୋଗ କରିଥିଲେ। ଜାତିଆଣ ଭେଦଭାବ ଅବା କରୋନା ଭୟ  ରଖି ସହଯୋଗପାଇଁ କେହି ଆସୁନଥିବାବେଳେ ଏହିଭଳି ଘଡିସନ୍ଧି ମୁହୁର୍ତ୍ତରେ ମାନବିକତାର ପରିଚୟ ଦେଇ ସହଯୋଗ କରିଥିବା ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ସାହୁ ପ୍ରଶଂସା ତଥା ସମାଜ ସେବାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

Leave A Reply

Your email address will not be published.