ଭିଜିଲାନ୍ସ ଜାଲରେ ଜିବି ନଗର ବ୍ଲକ ପଞ୍ଚାୟତ ନିର୍ବାହୀ ଅଧିକାରୀ
ବାରିପଦା – ଚାରିହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ଜିବିନଗର ବ୍ଲକ ଭଣ୍ଡଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ବେହେରା । ଗ୍ରାମ ସଂଯୋଜକ ସୂଦର୍ଶନ ନାୟକ ଙ୍କ ଠାରୁ ଏମଜିଏନଆରଇଜିଏ ପ୍ରକଳ୍ପର ବିଲ ପାଶ କରାଇବାପାଇଁ ନେଉଥିଲେ ଲାଞ୍ଚ । ସାଲୁଗଡିଆ ରାସ୍ତା ମରାମତି କାମ ର ଦ୍ୱୀତୀୟ ପର୍ଯାୟ ବାଲ ପାଶ କରିବା ପାଇଁ ଚାରିହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆଜି ଭିଜିଲାନ୍ସ ହାତରେ ଧରାପଡଛନ୍ତିି ନିର୍ବାହୀ ଅଧିକାରୀ ରମେଶ ବେହେରା । ଏହି ରାସ୍ତା କାମ ମୋଟ ଛଅ ଲକ୍ଷ ଟଙ୍କାର ଥିବା ବେଳେ ରନିଙ୍ଗ ବିଲ ପାଇଁ ପୂର୍ବରୁ ଏକ ବିଲ ପାଶ କରିଥିଲେ ରମେଶ ବେହେରା । ଆଜି ଦ୍ୱୀତୀୟ ପର୍ଯ୍ୟାୟ ବିଲ ପାଶ କରିବାପାଇଁ ଚାରିହଜାର ଟଙ୍କା ଲାଞ୍ଚ ମାଗିଥିଲେ ।ଯାହାକୁ ନେଇ ର୍ସଦର୍ଶନ ବାରିପଦା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥଲେ । ଆଜି ପ୍ରର୍ବ ଯୋଜନା ମୁତାବକ ଖୁଣ୍ଟା ପେଟ୍ରୋଲ ପମ୍ପ ଠାରେ ଲାଞ୍ଚ ଟଙ୍କା ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ରମେଶ । ରମେଶ ଙ୍କ ନିଜ ଘର ବଡସାହି ଥାନା ଅନ୍ତର୍ଗତ ଜାଲଘେରା ଗ୍ରାମରେ । ଆଜିକାର ଏହି ଚଢାଉରେ ବାରିପଦା ଭିଜିଲାନ୍ସ ଡିଏସପି ସଞୟ ଦାଶ ମହାପାତ୍ର ଙ୍କ ନେତୃତ୍ୱରେ ଭିଜିଲାନ୍ସ ଇନସପେକ୍ଟର ପ୍ରଦୀପ ସାମଲ ,ଇନସପେକ୍ଟର ସବିତା ବେହେରା ,ତରୁଣ ପାଲବାବୁ ,ଲଳିତ ରାଉତ ପ୍ରମୁଖ ସାମିଲ ଥିଲେ ।