ସର୍ବଭାରତୀୟସ୍ତରରେ ୧୯୫ ର‍୍ୟାଙ୍କ ହାସଲ କଲେ ବେଦଭୂଷଣ 

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର କେନ୍ଦ୍ରୀୟ ବିଦ୍ୟାଳୟ ନଂ ୨ ରେ ବରିଷ୍ଠ ଶିକ୍ଷକ ଭାବରେ କାର୍ଯ୍ୟରତ ସୋମଦତ୍ତ ଶାସ୍ତ୍ରୀଙ୍କ ପୁତ୍ର ବେଦ ଭୂଷଣ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ର‍୍ୟାଙ୍କ ହାସଲ କରିଛନ୍ତି। ବରଗଡ ଜିଲାର ମୂଳ ନିବାସୀ ବେଦ ଭୂଷଣ ଗତ ୨୦୧୭ର ପ୍ରଶାସନିକ ସେବା ପରୀକ୍ଷାରେ ୨୯୩ ର‍୍ୟାଙ୍କ ପାଇ ଏବେ ଆଇଆରଏସର ପ୍ରଶିକ୍ଷଣ ନେଉଛନ୍ତି। ଏ ସର୍ମ୍ପକରେ ବେଦଭୂଷଣ କହିଛନ୍ତି ଯେ ସେ ୨୦୧୭ରେ ଅଧିକ ର‍୍ୟାଙ୍କ ଆଶା ରଖିଥିବା ବେଳେ ଆଶାନୁରୁପ ଭାବରେ ନ ହେବାରୁ ଭଲ କ୍ୟାଡର ଆଶାରେ ପୁନଶ୍ଚ ପରୀକ୍ଷା ଦେବା ପାଇଁ ମନସ୍ଥ କରିଥିଲେ। ତାଙ୍କର ଏହି ନିଷ୍ପତ୍ତିରେ ପିତା ସୋମଦତ୍ତ ଓ ମାତା ସୁରଭୀ ଙ୍କର ଆର୍ଶିବାଦ ସହିତ ମାର୍ଗଦର୍ଶକ ଓ ବନ୍ଧୁ ମାନଙ୍କର ଭରପୂର ସହଯୋଗ ମିଳିଥିଲା। ଏଣୁ ସେ ଚଳିତ ଥର ୧୯୫ ର‍୍ୟାଙ୍କ ହାସଲ କରିବାରେ ସମର୍ଥ ହୋଇଛନ୍ତି ବୋଲି କହିଛନ୍ତି। ତାଙ୍କର ମାତା ସୁରଭୀ ସାହୁ ବରଗଡର ଚକୁଳିଫାର୍ମ ସ୍ଥିତ ୟୁଜିଏମଇ ସ୍କୁଲରେ ଶିକ୍ଷୟତ୍ରୀ ରହିଛନ୍ତି।

      ବେଦ ଭୂଷଣ ଙ୍କୁ ତାଙ୍କର ସଫଳତା ପାଇଁ ସମ୍ବଲପୁର କୁଲତା ସମାଜ ର ସଭାନେତ୍ରୀ ଯଶୋବନ୍ତି ନାୟକ ଙ୍କ ସମେତ ଜଟା ଭୂଷଣ ସାହୁ, ଦୟାସାଗର ପ୍ରଧାନ, ହାରାଧନ ପ୍ରଧାନ, ଗୌରୀ ଦାସ ପ୍ରଧାନ, ସୁପ୍ରଭା ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ସଦାନନ୍ଦ ପ୍ରଧାନ,  ଦେବଦତ୍ତ ସାହୁ, କୃପାସିନ୍ଧୁ ଖମାରି ଦେବୀ ପ୍ରସାଦ ଭୋଇ ପ୍ରମୁଖ  ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.