ଧର୍ମେନ୍ଦ୍ରଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ଓ ନେତୃବୃନ୍ଦ

0

ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ ପଜିଟିଭ୍ ଆସିବା କାରଣରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ନେତ୍ରୁବୃନ୍ଦ | 

ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ” ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟରେ ଜାଣିବାକୁ ଚିନ୍ତିତ | ମୁଁ  ତାଙ୍କ ସହିତ କଥାବାର୍ତ୍ତା ହୋଇ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କାମନା କରିବା ସହ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛି ” 

ସେହିପରି ସଂସଦ ଡ଼ ଅଚ୍ୟୁତ ସାମନ୍ତ ମଧ୍ୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଟୁଇଟ କରିଛନ୍ତି ” ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଜୀଙ୍କ କରୋନା ସଂକ୍ରମିତ ହେବା ଖବର ଶୁଣି ମୁଁ ଦୁଃଖିତ। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି। ଜୟ ଜଗନ୍ନାଥ!”

ସେହିପରି ବିଜେପିର ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ମଧ୍ୟ ଶ୍ରୀ ପ୍ରଧାନଙ୍କ ଆଶୁ ଆରୋଗ୍ୟ କାମନା କରି ଟୁଇଟ କରିଛନ୍ତି ଯେ ” ମୁଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆଶୁ ଆରୋଗ୍ୟ ତଥା ସୁସ୍ଥ ହୋଇ ହସପିଟାଲରୁ ଫେରିବା ପାଇଁ ପ୍ରଭୁ ଜଗନ୍ନାଥଂକୁ  ପ୍ରାର୍ଥନା କରୁଛି | ମହାପ୍ରଭୂ ଜଗନ୍ନାଥ ଏହି ସମୟରେ ଆପଣଙ୍କ ସହିତ ରୁହନ୍ତୁ ଓ ଆପଣ ଶୀଘ୍ର ଭଲ ହୋଇଯାଆନ୍ତୁ” 

ସେହିପରି  ବିଜେପି ସଭାପତି ସମୀର ମହାନ୍ତି କେନ୍ଦ୍ରମନ୍ତ୍ରୀଙ୍କ କରୋନା ପଜିଟିଭ ଚିହ୍ନଟ ହେବ ନେଇ ଚିନ୍ତା ବ୍ୟକ୍ତ କରି ଟୁଇଟ କରିଛନ୍ତି “ପୁରା ଦେଶ କରୋନା ସଂକଟରେ ପ୍ରଭାବିତ ଥିଲେ ମଧ୍ୟ ସମସ୍ତଙ୍କ ପ୍ରିୟ କେନ୍ଦ୍ରମନ୍ତ୍ରୀ @dpradhanbjp  ଦିନ ରାତି ଏକ କରି ଦେଶବାସୀଙ୍କ ସେବାରେ ଲାଗିପଡିଥିଲେ । ବର୍ତ୍ତମାନ ସେ କରୋନା ସଂକ୍ରମଣର ଶିକାର ହୋଇଥିବା ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ । ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି ଯେ ସେ ଅତିଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।” 

Leave A Reply

Your email address will not be published.