ଫେସବୁକ ପ୍ରେମରୁ ପ୍ରତାରଣା : ଦୁଇବର୍ଷ ପରେ ହେଲା ଥାନାରେ ଅଭିଯୋଗ, ଯୁବକ ଗିରଫ

0

ବାରିପଦା,(ଦିଲ୍ଲୀପ ମହାନ୍ତି): ଫେସବୁକ ପ୍ରେମରୁ ସମ୍ପର୍କ ଏବଂ ପରେ ନିବିଡ଼ତା। ଏହାର ସୁଯୋଗରେ ଯୁବତୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଉତ୍ତୋଳନ। ପରେ ବ୍ଲାକ୍‌ମେଲିଂ। ବାରିପଦା ଟାଉନ୍‌ ଥାନାରେ ଏପରି ଅଭ‌ିଯୋଗ କରିଛନ୍ତି ଜନୈକା ଯୁବତୀ। ବୈଶିଙ୍ଗା ଥାନା କଳମା ଅଞ୍ଚଳର ଯୁବକ ରାଜିବ ମହାପାତ୍ର(୨୭) ୨୩ବର୍ଷୀୟ ଜଣେ ଯୁବତୀଙ୍କ ସହିତ ୨୦୧୮ ଜୁଲାଇରେ ଫେସବୁକ ଜରିଆରେ ସମ୍ପର୍କ ସ୍ଥାପନ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଯୁବକ ଜଣଙ୍କ ଯୁବତୀଙ୍କ ସହିତ ବାରିପଦାରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ସେହିପରି ଭିଡିଓ କଲ୍‌ ମାଧ୍ୟମରେ ମଧ୍ୟ ଆପତ୍ତିଜନକ ଦୃଶ୍ୟ ଉତ୍ତୋଳନ କରିଥିବା ଯୁବତୀ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଯୁବକ ପିଡ଼ୀତାଙ୍କର ଅନେକ ଅଶ୍ଳୀଳ ଭିଡିଓ ଏବଂ ଫଟୋ ରଖି ତାଙ୍କୁ ବ୍ଲାକ୍‌ମେଲ କରୁଥିବା ଅଭିଯୋଗ ହୋଇଛି। ପ‌୍ରାୟ ଦୁଇବର୍ଷ ପରେ ପିଡ଼ୀତା ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ବାରିପଦା ଟାଉନ୍‌ ଥାନା ପୁଲିସ୍‌ ଅଭିଯୁକ୍ତ ଯୁବକ ରାଜିବକୁ ଗିରଫ କରିଛି। ଗିରଫ ଯୁବକକୁ କୋର୍ଟ ଚାଲଣ କରାଯିବାନେଇ ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.