ଭାରତ ରତ୍ନ ପକ୍ଷରୁ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ 

0

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ, ଝାରସୁଗୁଡା ପରିଷଦ ତରଫରୁ  ସ୍ବଭାବ କବି ଗଙ୍ଗାଧର  ମେହେରଙ୍କ ଜନ୍ମ ଦିନରେ କମିଟିର ଅଧକ୍ଷ କବି ଅନନ୍ତରାମ ସାହୁ, ସାଧାରଣ ସଂପାଦକ କବି ନୀକୁଞ୍ଜ ବିହାରୀ ମିଶ୍ର, ପ୍ରତିଷ୍ଟାତା ବିବେକାନନ୍ଦ ମିଶ୍ର ସ୍ଵଭାଵ କବିଙ୍କ ଫୋଟୋ ଚିତ୍ରରେ ପୁଷ୍ପାଞ୍ଜଳି ଦେବା ସହିତ ଧୂପ ଦୀପ ପ୍ରଜ୍ଜ୍ୱଳନ କରିବା ସହିତ ତାଙ୍କର ସୃତି ଚାରଣ କରିଥିଲେ। ପରେ  ଭାରତ ରତ୍ନ ସାହିତ୍ୟ ଓ ସଂସ୍କୃତି ପରିଷଦ, ଝାରସୁଗୁଡା ପକ୍ଷରୁ ଇ-ସାହିତ୍ୟ ପତ୍ରିକା “ସାହିତ୍ୟ ସୌରଭ” ପଥମ ଅର୍ଘ୍ୟ ଉନ୍ମୋଚନ କାରା ଯାଇଥିଲା। ପ୍ରତି  ମାସରେ ସୋସିଆଲ ମିଡିଆରେ ଏହି ପତ୍ରିକା ପ୍ରକାଶ ପାଇବା ସହିତ ଡାଉନଲୋଡ଼ କରି ପ୍ରିଣ୍ଟ ବାହାରକରିବା ସହ କବି,ଲେଖକ,ସାହିତ୍ୟିକ,ଗାଳ୍ପିକ ତଥା ବିଶେଷ ଭାବରେ ସ୍କୁଲ କଲେଜରେ ପଢୁ ଥିବା ପିଲାମାନେ ତାଙ୍କର ଲେଖା ଦେଲେ ଅଗ୍ରାଧିକାର ଦିଆଯିବ ତଥା ଅନୁଷ୍ଠାନ ତରଫରୁ ଇ-ପ୍ରମାଣ ପତ୍ର ସମସ୍ତ ଙ୍କୁ ପ୍ରଦାନ କରାଯିବ ବୋଲି  ଭାରତ ରତ୍ନ ର ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.