ବରଗଡ଼ ସାଂସଦଙ୍କୁ ସାକ୍ଷାତ କଲେ ଝାରସୁଗୁଡ଼ା ବାର ଏସୋସିଏସନର ସଦସ୍ୟ ମାନେ

0

ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ବାର ଏସୋସିଏସନର ସଦସ୍ୟ ମାନେ ଆଜି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ତାଙ୍କ ଦିଲ୍ଲୀ ଗସ୍ତ ପୂର୍ବରୁ ଝାରସୁଗୁଡ଼ାର ସର୍କିଟ ହାଉସରେ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ କୋଇଲା ଖଣି ସମ୍ବନ୍ଧିତ ସମସ୍ତ ମାମଲା ପାଇଁ ଝାରସୁଗୁଡ଼ାରେ ଏକ ଟ୍ରିବ୍ୟୁନାଲ ଗଠନ କରିବା ଉପରେ ନିଜର ଦାବୀକୁ ଆଉଥରେ ଦୋହରାଇ ଥିଲେ। ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ର କୋଇଲା ସମ୍ବନ୍ଧୀୟ ପ୍ରାୟ ୨୦୦ରୁ ଊର୍ଦ୍ଧ୍ବ ମାମଲା ବର୍ତ୍ତମାନ ଢେଙ୍କାନାଳର ଟ୍ରିବ୍ୟୁନାଲରେ ବାକି ହୋଇ ପଡ଼ିଛି।ଫଳରେ ଲୋକେ ଓ ଓକିଲ ମାନେ ହଇରାଣ ହେଉଥିବା କଥା ପୂର୍ବରୁ ପ୍ରକାଶ କରିଛନ୍ତି ବାର ଏସୋସିଏସନ। ଅନ୍ୟପକ୍ଷରେ ଢେଙ୍କାନାଳରେ କୋଇଲା ଖଣି ଗୋଟିଏ ହେଲେ ନ ଥିଲେ ଯୋଗୁଁ କୋର୍ଟର ସେଠାରେ ରହିବା କୌଣସି ଆବଶ୍ୟକତା ନାହିଁ ବୋଲି ଏମାନେ କହିଛନ୍ତି।

ସାଂସଦ ଶ୍ରୀ ପୁଜାରୀ ଏହା ନେଇ ଶୀଘ୍ର ପଦକ୍ଷେପ ନେବାକୁ ଆଶ୍ବାସନା ଦେଇଛନ୍ତି। ବାର ଏସୋସିଏସନର ଅନ୍ତରିମ ଅଧ୍ୟକ୍ଷ ପି ରାମ ମୋହନ ରାଓଙ୍କ ନେତୃତ୍ୱରେ ଏହି ଟିମରେ ବିଶ୍ବନାଥ ନାଏକ, ସନ୍ଦିପ ଅୱସ୍ଥି,ପ୍ରମୋଦ ସେନାପତି, ତାପସ ରାୟ ଚୌଧୁରୀ, ଅଶୋକ ଗାନ୍ଧୀ, ଲଲିତ ମାଗର ଏବଂ ଅନ୍ୟ ଆଇନଜୀବୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.