ଭିଡିଓ କନଫେରେନ୍ସିଂ ମାଧ୍ୟମରେ ମୋଡ୍ୟୁଲାର କୋର୍ଟର ଉଦ୍ଘାଟନ କଲେ ମୁଖ୍ୟ ବିଚାରପତି। 

0

ଝାରସୁଗୁଡ଼ା :(ସୁଭାଷ ସହାରେ)/ ଝାରସୁଗୁଡ଼ାରେ ବହୁ ପ୍ରତୀକ୍ଷିତ ମୋଡ୍ୟୁଲାର କୋର୍ଟର ଉଦ୍ଘାଟନ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ବାରା ଭିଡିଓ କନଫେରେନ୍ସିଂ ମାଧ୍ୟମରେ ହୋଇଯାଇଛି। ଅର୍ଥାତ୍ ଗୋଟିଏ କୋର୍ଟ ପରିସରରେ ୧୧ଟି କୋର୍ଟ ଏକ ସାଙ୍ଗରେ ଚାଲିବ। ଏପର୍ଯ୍ୟନ୍ତ ଏଡିଜେ କୋର୍ଟ, ଜିଲ୍ଲା ଜଜ୍ କୋର୍ଟ, ଜେଏମଏଫସି କୋର୍ଟ,ସିଜେଏମ କୋର୍ଟ ଏସଡିଜେଏମ କୋର୍ଟ ପୃଥକ୍ ପୃଥକ୍ ସ୍ଥାନରେ ଚାଲୁଥିଲା। ପ୍ରାୟ ୧୪ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି କୋର୍ଟ ଗୃହଗୁଡ଼ିକର ଉଦ୍ଘାଟନ ମୂଖ୍ୟ ବିଚାରପତି ଜଷ୍ଟିସ  ମହମ୍ମଦ ରଫିକଙ୍କ ଦ୍ବାରା ହୋଇଯାଇଛି।ଆହୁରି ଅନେକ କୋର୍ଟ ଯଥା ଭିଜିଲାନ୍ସ କୋର୍ଟ, ଫ୍ୟାମିଲି କୋର୍ଟ ଓ କୋଲ୍ ବିୟରିଂ ଏକ୍ଟ ଟ୍ରିବ୍ୟୁନାଲ ପରି କୋର୍ଟ ଗୁଡ଼ିକ ପାଇଁ ଏଠାରେ ଭିତ୍ତିଭୂମିର ଉପଲବ୍ଧ ଥିବା ସୂଚାଇ ଏଠାରେ ଏହିସବୁ କୋର୍ଟର ସ୍ଥାପନ ପାଇଁ ଦାବି ରଖାଯିବ ବୋଲି ବାର୍ ଆସୋସିଏସନ କହିଛି। ବୁଦ୍ଧିଜୀବୀ ମହଲ କିନ୍ତୁ ପ୍ରଶ୍ନ ଉଠାଇଛନ୍ତି ଯେ ଏତେ ଗୁଡ଼ିଏ କୋର୍ଟ ଏଠାରେ ସ୍ଥାପିତ ହେବା ପରେ ଆଇନ ପ୍ରକ୍ରିୟା କେତେ ତ୍ବରାନ୍ବିତ ହେବ ତାହା ଦେଖିବା କଥା। 

ଆଜି ଏହି ଉଦଘାଟନ ଉତ୍ସବରେ ହାଇକୋର୍ଟ ଜଜ୍ ଜଷ୍ଟିସ ଏ କେ ମିଶ୍ର, ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲା ଦୌରାଜଜ୍ ପି କେ ନାୟକ, ଏଡିଜେ ରଞ୍ଜନ ପାଢ଼ୀ, ସିଜେଏମ ସୁନୀଲ କୁମାର ଦାସ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି ଆର, ବାର ଏସୋସିଏସନର ସଭାପତି ପି ରାମ ମୋହନ ରାଓଙ୍କ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାମଲ, ରେଜିଷ୍ଟ୍ରାର ଗୋପବନ୍ଧୁ ଗଡ଼ନାୟକ, ତାପସ କୁମାର ଚୌଧୁରୀ ବିଶ୍ବନାଥ ନାଏକ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.