ବୌଦ୍ଧ (ଶାସକ ପ୍ରଶାସକ) – ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ଜଣେ ଅଜଣା ଯୁବକଙ୍କୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମ ପଞ୍ଚାୟତର ଅତଳସରା ନିକଟରୁ ଆଜି ଅପରାହ୍ନ 4 ଟା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନ ପ୍ରାୟ ୪ଟା ସମୟରେ ମହାନଦୀରେ ଜଣେ ଅଜଣା ଯୁବକ ଭାସି ଯାଉଥିବା ଅତଲସରା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଗ୍ରାମର ନରେନ୍ଦ୍ର ବେହେରା , ସଦାନନ୍ଦ ନାଏକ, ପ୍ରକାଶ ଦେହୁରୀ, ଦୁଃଶାସନ ଦେହୁରୀ, ବିଜ୍ଞାନ ବେହେରା, ପ୍ରମୁଖଙ୍କ ପ୍ରଚେଷ୍ଟାରେ ନଦୀ ସ୍ରୋତରୁ ଏହି ଅଜଣା ଯୁବକଙ୍କୁ ସେମାନେ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ଏ ସଂର୍ପକରେ କୁଶଙ୍ଗ ସରପଞ୍ଚଙ୍କୁ ଅବଗତ କରିବା ପରେ ଘଟଣାସ୍ଥଳରେ ସମାଜସେବୀ ସଂଜୟ ଦେହୁରୀ ପହଞ୍ଚି ଯୁବକଙ୍କୁ ନୂଆ ପୋଷାକ ଦେବା ସହିତ ଚିକିତ୍ସା ପାଇଁ ପୁରୁଣାକଟକ ମେଡିକାଲ ପହଞ୍ଚାଇଥିଲେ। ଯୁବକମାନଙ୍କ ଏଭଳି ମହତ୍ ଉଦ୍ୟମ ପାଇଁ ଆଜି ଜଣେ ଯୁବକଙ୍କ ଜୀବନ ବଞ୍ଚିଯାଇଛି। ଯୁବକଙ୍କ ମାନସିକ ଅବସ୍ଥା ଠିକନଥିବା ବେଳେ ତାଙ୍କ ପରିଚୟ ମିଳି ନ ଥିବା ଜଣାପଡିଛି ।
Sign in
Sign in
Recover your password.
A password will be e-mailed to you.