କରୋନା କଟକଣା: ଓଡ଼ିଆ ବୋହୁଙ୍କୁ ଛତିଶଗଡ ବାପ ଘର ମନା

0

ଝାରବନ୍ଧ-ମନୋହର ଦାଶ : ରକ୍ଷାବନ୍ଧନ ହେଉଛି ଭାଇ ଭଉଣୀ ର ସମ୍ପର୍କ କୁ ମଜବୁତ କରି ଗଢି ତୋଳିବା ର ସଂକଳ୍ପ ମୟ ଦିବସ  ଟିଏ ଯାହାକୁ ବର୍ଷକ ପାଇଁ ଅପେକ୍ଷା ର ଦିନ ବୋଲି କୁହାଯାଇଥାଏ।ଚଳିତବର୍ଷ ମହାମାରୀ କରୋନା ସବୁ କିଛି ନିଜ କବଜା କୁ ନେଇ ଯାଇଥିବା ବେଳେ ରକ୍ଷାବନ୍ଧନ ମଧ୍ୟ ଫିକା ପଡିଯିବା ଭଳି ମନେହେଉଛି। ଲୋକଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି।ଭାଇଭଉଣୀ କିଭଲି ରକ୍ଷାବନ୍ଧନରେ ଭଉଣୀଙ୍କୁ ସାରା ଜୀବନ ସୁରକ୍ଷା ଦେବା ପାଇଁ ଭାଇର ପ୍ରତିବଦ୍ଧତା।କେବଳ ମାନସିକ ସ୍ତର ରେ ସମ୍ଭବ ହେବ ବୋଲି ମତ ପ୍ରକାଶ ପାଉଛି।

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଲଉଡିଦରହା ପଞ୍ଚାୟତ ର ନିଲଜିପତ୍ରା ଗ୍ରାମ ଓ ପଡୋଶୀ ଛତିଶଗଡ ରାଜ୍ୟ ମଧ୍ୟ ରେ ରହିଛି ନିବିଡ଼ ସମ୍ପର୍କ ।ଉପାନ୍ତ ଅଞ୍ଚଳ ରୁ ଛତିଶଗଡ଼ ରେ ଏବଂ ଛତିଶଗଡ଼ ରୁ ଅନେକ ଝିଅ ଉପାନ୍ତ ଅଞ୍ଚଳରେ ବିବାହ କରିଛନ୍ତି।ବେଶ କିଛି ମାସ ହେବ ଏହି ସମ୍ପର୍କ ରେ କରୋନା ରେ କିଛିଟା ତିକ୍ତତା ଆଣିଅଛି।କୌଣସି ମାଙ୍ଗଳିକ କାର୍ଯ୍ୟ ରେ କିମ୍ବା ଶୁଦ୍ଧିକ୍ରିୟା କର୍ମ ରେ ଯୋଗ ଦେଇପାରୁନାହାନ୍ତି।ଏବେ ଏହି ଦୁଇ ପଡୋଶୀ ମଧ୍ୟ ରେ କରୋନା ଦାଉ ସାଜିଛି।ଓଡିଶା ରେ ବିବାହ କରି ଥିବା ଛତିଶଗଡ ର ଝିଅ ମାନଙ୍କୁ ଏବେ ମାଁ ବାପାଘର ମନା ହୋଇଯାଇଛି।ଏମିତି ଘଟଣା ଦେଖିବାକୁ ମିଳିଛି ଛତିଶଗଡ ରାଜ୍ୟ ର ମହାସମୁନ୍ଦ ଜିଲ୍ଲା ବସନା ବ୍ଲକ ମେଣ୍ଢାପାଲି ଗ୍ରାମ ତଥା ସରାଇପାଳି ବ୍ଲକ ଦୁର୍ଗାପାଲି ଗ୍ରାମ ଏହି ଗାଁ ର ଝିଅ ମାନେ ନିଲଜିପତ୍ର। ଗ୍ରାମ ରେ ବିବାହ କରିଛନ୍ତି।ତେବେ ସେମାନେ ସମୂହ ୨/୮ରବିବାର ଦିନ ନିଜ ବାପା ମାଁ ଘର ଭାଇକୁ ରାଖିବାନ୍ଦିବା ପାଇଁ ଯିବୁ ବୋଲି ଶାଶୁ ଘର ପରିବାର ଵର୍ଗ କୁ କହିଥିଲେ।

ଏ ସମ୍ପର୍କ ରେ ପରିବାର ଲୋକେ ଗ୍ରାମ୍ୟ କମିଟି ନିଲଜିପତ୍ରା କେତେକ ଭଦ୍ର ବ୍ୟକ୍ତି ମାନଙ୍କୁ ପଚାରି ବୁଝିଥିଲେ।ସେମାନେ ସମସ୍ତେ ମନା କରିଥିଲେ।ତାପୂର୍ବ ଦିନ ରୁ କେହି ଯାଆ ଆସ କରିପାରିବେ ନାହିଁ ବୋଲି ଏକ ପ୍ରସ୍ତାବ ଗ୍ରାମ୍ୟ କମିଟି ତରଫ ରୁ ଘୋଷଣା କରାଯାଇଥିଲା।

ଜଗଦଲପୁର ଥାନା ଅଧିକାରୀ ଲିଲିମା ଲଳିତା ବାର୍ଲା ପେଟ୍ରୋଲିଂ କରୁଥିବା ସମୟ ରେ କେତେଜଣ ପଚାରିବୁଝିଥିଲେ ଏ ସମ୍ପର୍କରେ ଶ୍ରୀମତୀ ବାର୍ଲା କହିଲେ ଏ ବର୍ଷ ର ରାଖୀ କେବଳ ରକ୍ଷା ବନ୍ଧନ ନ ହୋଇ ସୁରକ୍ଷା ବନ୍ଧନ ହେଉ କରୋନା ଯୋଗୁଁ ଭାଇ ଭଉଣୀ କେହି କାହାନିକଟ ରେ ପହଞ୍ଚି ନ ପାରି ମନଉଣା କରନ୍ତୁ ନାହିଁ । ସଭିଏଁ ସୁରକ୍ଷିତ ରହିଲେ ଆସନ୍ତା ବର୍ଷ ରାଖୀ ପାଲିବ ବୋଲି ଜଗଦଲପୁର ଥାନା ଅଧିକାରୀ ଶ୍ରୀମତୀ ବର୍ଲା ବୁଝାଇ କହିଥିଲେ।କରୋନା ନିଜର କାୟା ବିସ୍ତାର କରି ଥିବା ସମୟ ରେ ରାଜ୍ୟ ସରକାର କରୋନା କୁ ନିୟନ୍ତ୍ରଣ କରିବା ଲାଗି ଲାକଡାଉନ ଓ ସଟଡାଉନ ଘୋଷଣା କରି କଡାକଡି ପାଳନ ନିମନ୍ତେ ନିର୍ଦେଶ ଦେଇଛନ୍ତି।ତେଣୁ ସମସ୍ତେ ପାଳନ କରିବା ଆବଶ୍ୟକ ବୋଲି ବୁଝାଇ କହିଥିଲେ।

Leave A Reply

Your email address will not be published.