ସାହିତ୍ୟିକ ତଥା ସାମ୍ବାଦିକ ତ୍ରିଲୋଚନ ପଣ୍ଡାଙ୍କ ୫୫ତମ ଜୟନ୍ତୀ

0

ବୁଗୁଡ଼ା( ଡ଼ କୁମୁଦ ଚନ୍ଦ୍ର ବେହେରା):  ଗଞ୍ଜାମ ଜିଲ୍ଲା ବୁଗୁଡା ସହରରେ ପ୍ରତିଷ୍ଠିତ ହୋଇଥିବା କଳା,ସାହିତ୍ୟ ଓ ସଂସ୍କୃତିର ଏକ ଅନନ୍ୟ ପ୍ରତିଷ୍ଠାନ ମଦନମୋହନ ପାଠାଗାର ଓ ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ସଂପାଦକ, ସାହିତ୍ୟିକ ଏବଂ ସାମ୍ବାଦିକ ତ୍ରିଲୋଚନ ପଣ୍ଡାଙ୍କ ୫୫ତମ ଜୟନ୍ତୀ ଅବସରରେ Covid 19ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରଘୁନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୂଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର,ସମ୍ମାନୀତ ଅତିଥି ଭାବେ ସମାଜସେବୀ ବଂଶୀଧର ନାୟକ,ସୁସାହିତ୍ୟିକ ଅନନ୍ତ କର,କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ,ଥାନା ଅଧିକାରୀ ଚିତ୍ତରଞ୍ଜନବେହେରା ଏବଂ ବରିଷ୍ଠ  ସାମ୍ବାଦିକ ଅନିଲ କୁମାର ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ । ଏ ଅବସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତନ୍ମୟ ପାତ୍ର,ତହସିଲଦାର ସଂଗ୍ରାମ କେଶରୀ ଜେନା,ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା,କାର୍ଯ୍ୟ ନିର୍ବାହୀ ରଶ୍ମିରଞ୍ଜନ ଦାସ,ବରିଷ୍ଠ କିରାଣୀ କାଳୁଚରଣ ରଥ,ବରିଷ୍ଠ ସାମ୍ବାଦିକ ଅନିଲ କୁମାର ମହାରଣା,ସରପଞ୍ଚ ହୋଇ ଜିଲ୍ଲାପାଳଙ୍କ କ୍ଷମତା ଜାହିର କରିବାରେ ରାଜ୍ୟର ପ୍ରଥମ ସରପଞ୍ଚ ଶାନ୍ତିଲତା ନାହାକ,ନାରୀ ଶକ୍ତି ମହିଳା ସଂୟ ସହାୟକ ଗୋଷ୍ଠୀ ଓ ମୁଁ ସ୍ବଚ୍ଛ ସାଥି ସୁପରଭାଇଜର ରଞ୍ଜିତା ପାଢୀ,ମୁଁ ସ୍ବଚ୍ଛ ସାଥି ବାଣିଜା ମିଶ୍ର,ଅଙ୍ଗନବାଡି ସନ୍ଧ୍ୟାରାଣୀ ନାୟକ ଏବଂ ସମାଜସେବୀ ସନ୍ତୋଷ କୁମାର ଜେନା ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସର୍ବପ୍ରଥମେ ସଂସଦର ସଂପାଦକ ତ୍ରିଲୋଚନ ପଣ୍ଡା ସ୍ବାଗତ ଭାଷଣ ଓ  ପରିଚୟ ପ୍ରଦାନ କରିଥିବା ବେଳେ    ଆଇନଜୀବି ହର ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଦିଗାମ୍ବର ମହାରଣା,ଶରତ ଚନ୍ଦ୍ର ମହାରଣା, ସୁରେନ୍ଦ୍ର ନାଥ ପାଣି ଏବଂ ଶ୍ରୀଧର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.