ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଜି ପୁଣି ନୂଆ ୯୭ ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରେସ୍ ଇସ୍ତହାର ମାଧ୍ୟମରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ଜିଲ୍ଲାର ପାରଳାଖେମୁଣ୍ଡିରୁ ୫୮ ଜଣ , ରାୟଗଡ ବ୍ଳକରୁ ୫ ଜଣ , ଗୁମ୍ମା ବ୍ଳକରୁ ୩ ଜଣ , ଗୋଷାଣୀ ବ୍ଳକରୁ ୧୦ ଜଣ , କାଶୀନଗର ବ୍ଳକରୁ ୮ ଜଣ , ରା.ଉଦୟଗିରି ବ୍ଳକରୁ ୮ ଜଣ , ମୋହନା ବ୍ଲକରୁ ୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ବ୍ୟକ୍ତିଙ୍କୁ କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟରକୁ ପଠାଇ ଦିଆଯାଇଛି ।ସେଠାରେ ସେମାନଙ୍କର ଚିକିତ୍ସା ଚାଲିଛି। ଆଜିର ୯୭ ଜଣଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୪୦୧ ରେ ପହଞ୍ଚିଛି ବୋଲି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post