ବିଶିଷ୍ଟ ନାଟ୍ୟକାର ନିର୍ଦ୍ଦେଶକ ଗୁରୁଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଗୁରୁ ସତ୍ୟ ନାରାୟଣ ଜାତୀୟ ସମ୍ବଲପୁରୀ ସମ୍ମାନ
ସମ୍ବଲପୁର (ରମାକାନ୍ତ ବିଶ୍ବାଳ) : ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର ଦିଗରେ ୨୦୧୩ ମସିହାରୁ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ସମ୍ବଲପୁରୀ ଦିନ୍ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ର ପ୍ରଚାର ପ୍ରସାର ପାଇଁ ନିଜ ଜୀବନ କୁ ଉତ୍ସଗିକୃତ କରିଥିବା ମାଟିର ବରପୁତ୍ର ମାନଙ୍କୁ ପ୍ରତିବର୍ଷ ଗୁରୁ ସତ୍ୟ ନାରାୟଣ ଜାତୀୟ ସମ୍ବଲପୁରୀ ସମ୍ମାନରେ ସମ୍ମାନିତ କରାଯାଇ ଆସୁଛି । ସମ୍ବଲପୁରୀ ନାଟକ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଥିବା ବିଶିଷ୍ଟ ଅଭିନେତା ଏବଂ ନିର୍ଦ୍ଦେଶକ ଗୁରୁଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡାଙ୍କୁ ଚଳିତ ବର୍ଷ ପାଇଁ ଗୁରୁ ସତ୍ୟ ନାରାୟଣ ଜାତୀୟ ସମ୍ବଲପୁରୀ ସମ୍ମାନ ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ନିଷ୍ପତି ନିଆଯାଇଛି । ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ କୌଣସି ମଞ୍ଚରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରୁ ନାହିଁ । ତେଣୁ ଏବର୍ଷ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ସମ୍ବଲପୁରୀ ଦିନ୍ ପାଲନ ପାଇଁ ନିଷ୍ପତ୍ତି ନିଆଯାଇଛି । ଗୁରୁଶ୍ରୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କୁ ଅଗଷ୍ଟ ଏକ ତାରିଖ ସମ୍ବଲପୁରୀ ଦିନ୍ ଅବସରରେ ତାଙ୍କ ବାସଭବନକୁ ଯାଇ ସମ୍ବର୍ଦ୍ଧିତ କରାଯିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି ।
ସମ୍ବଲପୁରୀ ଦିନ୍ ଅବସରରେ ସମସ୍ତ ସମ୍ବଲପୁରୀ ପ୍ରେମୀ ଙ୍କୁ ଅଗଷ୍ଟ ଏକ ତାରିଖ ରେ ଘରେ ରହି, ସୁରକ୍ଷିତ ରହି ନିଜ ପରିବାର ସହ ମିଶି ସମ୍ବଲପୁରୀ ପୋଷାକ ପିନ୍ଧି ଡିଜିଟାଲ ପ୍ଲାଟଫର୍ମ ରେ ଫଟୋ ଏବଂ ବାର୍ତ୍ତା ଦେବାକୁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି ।