ଭୁବନେଶ୍ୱର(ଶାସକ ପ୍ରଶାସକ) : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଏବଂ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଜିଲ୍ଲାରେ କରୋନା ସ୍ଥିତି , ପ୍ଲାଜମା ଥେରାପି ପାଇଁ ପ୍ଲାଜମା ଦାନର ଆବଶ୍ୟକତା ଓ କୋଭିଡ୍ କେୟାର ସେଣ୍ଟର ସମ୍ପର୍କରେ ସମୀକ୍ଷା କରିଛନ୍ତି । କୋଭିଡ୍-୧୯ ଚିକିତ୍ସାରେ ପ୍ଲାଜମା ଥେରାପିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଗୁରୁତର କୋଭିଡ୍ ରୋଗୀ ଏହି ଚିକିତ୍ସା ଫଳରେ ଶୀଘ୍ର ଆରୋଗ୍ୟ ଲାଭ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରି ସେମାନଙ୍କର ପ୍ଲାଜମା ଦାନ କରିବା ପାଇଁ ଉତ୍ସାହିତ କରିବାକୁ ମନ୍ତ୍ରୀ ଶ୍ରୀ ଦାସ କହିଥିଲେ । ପ୍ଲାଜମା ଦାନ ପାଇଁ ଇଚ୍ଛୁକ ଏବଂ କରୋନାରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ପ୍ଲାଜମା ଦାନ ସକାଶେ ଏସ୍.ସି.ବି ମେଡିକାଲକୁ ନେବା, ଆଣିବା, ରହିବା ଏବଂ ଖାଇବା ପିଇବାର ସୁବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତରଫରୁ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ଆବଶ୍ୟକୀୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ମୁଦୁଲି ପ୍ରଥମେ ୪ରୁ ୫ ଜଣ କୋଭିଡରୁ ଆରୋଗ୍ୟ ବ୍ୟକ୍ତିଙ୍କୁ ଏସ୍.ସି.ବି ମେଡିକାଲକୁ ପଠାଯାଇ ସେମାନଙ୍କ ଦ୍ୱାରା ପ୍ଲାଜମା ଦାନ ପରେ ସେମାନଙ୍କଠାରୁ ମତାମତ ସଂଗ୍ରହ କରି ଅଧିକରୁ ଅଧିକ ବ୍ୟକ୍ତିଙ୍କୁ ଏହି ପୁଣ୍ୟ କାର୍ଯ୍ୟରେ ସାମିଲ କରିବାକୁ ମତ ରଖିଥିଲେ । ସରପଂଚ. ଅଂଙ୍ଗନବାଡି କର୍ମୀ, ଆଶା କର୍ମୀମାନଙ୍କୁ କୋଭିଡ୍ରୁ ସୁସ୍ଥ ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରି ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଯେ, କୋଭିଡ୍ରୁ ଆରୋଗ୍ୟ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଯୋଗାଯୋଗ କରାଯାଉଛି । ସେମାନେ ପ୍ଲାଜମା ଦାନ ପାଇଁ ଯିବା ଆସିବା ବାବଦରେ ଆନୁଷଙ୍ଗିକ ଖର୍ଚ୍ଚ ଜିଲ୍ଲା ରେଡ୍କ୍ରସ୍ ପାଣ୍ଠିରୁ ବହନ କରାଯିବ । ଜିଲ୍ଲାରେ ଆଜିଠାରୁ ଟ୍ରୁନାଣ୍ଟ ମେସିନ୍ ମାଧ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ କୋଭିଡ୍-୧୯ ସ୍ୱାବ୍ ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଜିଲ୍ଲାରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । କୋଭିଡ୍ ପଜିଟିଭ୍ ବାହାରିଥିବା ଜିଲ୍ଲାର ମଙ୍ଗରାଜପୁର,ବଡଲହଙ୍ଗୀ, ପଡାଶୋଳ, ପୁରୁଣାବସନ୍ତ ଏବଂ ଶଙ୍ଖଗ୍ରାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ମାତ୍ରାଧିକ ପରୀକ୍ଷା କରାଯାଇଥିଲା । ପରୀକ୍ଷା ଫଳାଫଳକୁ ବିଶ୍ଳେଷଣ କରାଯାଇ ସେସବୁ ଗ୍ରାମରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ନଥିବା ଜଣାଯାଇଛି । ଜିଲ୍ଲାରେ ପାରାଦ୍ୱୀପ ଟ୍ରେଡ୍ ସେଣ୍ଟରରେ ୨୦୦ ଶଯ୍ୟା , ଜଗତସିଂହପୁର ଶରଳାଦେବୀ କଲ୍ୟାଣ ମଣ୍ଡପଠାରେ ୩୦ ଶଯ୍ୟା ,ପୁରୋହିତପୁରଠାରେ ୭୦ ଶଯ୍ୟା, ଆଶ୍ରା ଠାରେ ୮୦ ଶଯ୍ୟା , ଜିଲ୍ଲା ନିୟୋଜନ କାର୍ଯ୍ୟାଳୟଠାରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ବୈଠକରୁ ଜଣାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଚିକିତ୍ସାଧିକାରୀ ଡା. ବିଜୟା ପଣ୍ଡା, ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ (ପି.ଏଚ୍) ଡା. ବସନ୍ତ ବାରିକ , ଅନ୍ୟ ଡାକ୍ତର ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post