କରୋନାରେ ମୃତ୍ୟୁବରଣ କରିଥିବା ଦୁଇ ସାମ୍ବାଦିକଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏ ସହାୟତା 

0

ମୁଖ୍ୟମନ୍ତ୍ରୀ ଦେଲେ ମଞ୍ଜୁରୀ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଗଣମାଧ୍ୟମ ପରାମର୍ଶଦାତା 

ଭୁବନେଶ୍ୱର (ଶାସକ ପ୍ରଶାସକ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି । କରୋନା ମହାମାରୀ ସମୟରେ ସାହସର ସହ ଦାୟିତ୍ୱ ନିର୍ବାହ କରି ସଂକ୍ରମଣରେ ପ୍ରାଣ ହରାଇଥିବା ଦୁଇ ସାମ୍ବାଦିକଙ୍କ ପାଇଁ ଆଜି ଶ୍ରୀ ପଟ୍ଟନାୟକ ଘୋଷଣା ମୁତାବକ ଆର୍ଥିକ ସହାୟତା ମଞ୍ଜୁର କରିଛନ୍ତି । ଏ ବିଷୟରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ସୂଚନା ଲୋକସମ୍ପର୍କ ବିଭାଗର ଉପଦେଷ୍ଟା ତଥା ଗଣମାଧ୍ୟମ ପରାମର୍ଶଦାତା ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ | ଶ୍ରୀ ମଙ୍ଗରାଜ ଟୁଇଟ କରି ଜଣାଇଛନ୍ତି ଯେ ” ମାନ୍ୟବର ମୁଖ୍ୟମନ୍ତ୍ରୀ  ଶ୍ରୀ ନବୀନ ପଟ୍ଟନାୟକ ଦୁଇଜଣ ସାମ୍ବାଦିକ ସ୍ବର୍ଗତ  ଶ୍ରୀ ପ୍ରିୟଦର୍ଶୀ ପଟ୍ଟନାୟକ(ସମାଜ, ଗଞ୍ଜାମ) ଏବଂ  ସ୍ବର୍ଗତ ଶ୍ରୀ କେ ରତ୍ନମ  (ନ୍ୟୁଜ୍ ଟୁଡେ ପ୍ରା ଲି, ଗଜପତି) ୧୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ମଂଜୁର କରିଛନ୍ତି | ଦୁଇ ଜଣ ସାମ୍ବାଦିକଙ୍କ ପରିବାରକୁ ଏଭଳି ସହାୟତା ପ୍ରଦାନ  କରିଥିବାରୁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି |” 

 ସୂଚନାଯୋଗ୍ୟ  ଦୁଇ ଗଣମାଧ୍ୟମ ପ୍ରତିନିଧି ମହାମାରୀକୁ ଭ୍ରୁକ୍ଷେପ ନକରି କାର୍ଯ୍ୟ କରୁଥିବାବେଳେ କରୋନା ଆକ୍ରାନ୍ତ ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ଲାଗି ଭୁବନେଶ୍ୱରର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମୁଖ୍ୟମନ୍ତ୍ରୀ କରୋନା ମୁକାବିଲା ସମୟରେ କାର୍ଯ୍ୟ କ୍ଷେତ୍ରରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ଯୋଦ୍ଧାଙ୍କ ସହାୟତା ଲାଗି ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଲାଗି ମଧ୍ୟ ୧୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ । 

Leave A Reply

Your email address will not be published.