ମୁରିବାହାଲ ଥାନା ଏସ ଆଇ ଭିଲିଲାନ୍ସ ହାତରେ ଧରାପଡିଲେ। On Jul 29, 2020 16 Share ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ରେଡ ହାଣ୍ଡ ଧଇଲା ଭିଜିଲାନ୍ସ ବଲାଙ୍ଗିର, ମୁରିବାହାଲ୍ (ଗୌରବ ଦରଜୀ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନାରେ ଅବସ୍ଥାପିତ ଥିବା ଏସଆଇ ସରୋଜ ରଥ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଥାନା ପରିସରରେ ଥିବା ଶ୍ରୀ ରଥଙ୍କ ସରକାରୀ କ୍ୱାର୍ଟର ଓ ଭବାନୀପାଟଣା ଶକ୍ତିନଗରରେ ଥିବା ଘରେ ଭିଜିଲାନ୍ସ ଚଢ଼ଉ ଜାରି ରଖିଥିବା ଜଣାପଡ଼ିଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ମୁରିବାହାଲ ଥାନାରେ ଗୁଡ଼ିଘାଟ ଗାଁର ମାନସ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ନାମରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ରଫାଦଫା କରିବା ପାଇଁ ଏସଆଇ ଶ୍ରୀ ରଥ ଲାଞ୍ଚ ମାଗିଥିଲେ। ତେବେ ଏନେଇ ମାନସଙ୍କ ବଡ଼ଭାଇ ସଞ୍ଜୀବ କୁମାର ପ୍ରଧାନ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସକୁ ଜଣାଇବା ପରେ ଶ୍ରୀ ରଥଙ୍କୁ ଲାଞ୍ଚ ଟଙ୍କା ସହିତ ଧରିବା ପାଇଁ ଯୋଜନା କରାଯାଇଥିଲା। ସେହି ଯୋଜନା ଅନୁଯାୟୀ ଆଜି ସଞ୍ଜୀବ ରସାୟନ ପ୍ରଲେପ ଦିଆ ଟଙ୍କା ଶ୍ରୀ ରଥଙ୍କୁ ପ୍ରଦାନ କରିଥିଲେ। ଶ୍ରୀ ରଥ ଟଙ୍କା ଗ୍ରହଣ କରୁଥିବାବେଳେ ପୂର୍ବ ଯୋଜନା ମୁତାବକ ଛପି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ତୁରନ୍ତ ଆୟତ୍ତ କରିଥିଲା। ଏହି ଚଢ଼ଉରେ ସମ୍ବଲପୁର ଭିଜିଲାନ୍ସର ଏକ ଟିମ ମଧ୍ୟ ସାମିଲ ଥିବା ଜଣାପଡ଼ିଛି | 16 Share FacebookTwitterGoogle+ReddItWhatsAppPinterestEmail