କରୋନା ଯୋଦ୍ଧାଙ୍କ ମାନବିକତା-ଉଦ୍ଧାର ହେଲା କ୍ଷତାକ୍ତ ଗାଈ

0

ଆକ୍ଟିଭ ସର୍ଭାଲାନ୍ସ ଲାଗି ଯାଇଥିବା ମେଣ୍ଢାଶାଳ ରାପିଡ ରେସପନ୍ସ ଟିମର କରୋନା ଯୋଦ୍ଧାଙ୍କ ମହତ କାର୍ଯ୍ୟ 

ଭୁବନେଶ୍ୱର( ଶାସକ ପ୍ରଶାସକ) :ଖାଲି କରୋନା ସହ ଯୁଦ୍ଧ ନୁହେଁ ବରଂ ମାନବିକ ମୂଲ୍ୟବୋଧ ବି ଜଣା |  ଏକଥା ଆଜି ପ୍ରମାଣ କରି ଦେଖାଇଛନ୍ତି ମେଣ୍ଢାଶାଳ ରାପିଡ ରେସପନ୍ସ ଟିମର କରୋନା ଯୋଦ୍ଧାମାନେ। ଆକ୍ଟିଭ ସର୍ଭାଲାନ୍ସ ଲାଗି ଶ୍ରୀ ଶ୍ରୀ ବଡଦା ହସପିଟାଲ ନିକଟସ୍ଥ ଏକ ଆପାର୍ଟମେଂଟ କୁ ଯାଇଥିବା ବେଳେ ସେମାନଙ୍କ ଦୃଷ୍ଟିରେ ପଡିଥିଲା ଲୁହାକଣ୍ଟା ତାରରେ ଛନ୍ଦି ହୋଇ ଆଘାତ ପ୍ରାପ୍ତ ହେଇ ଯନ୍ତ୍ରଣା ରେ ଛଟପଟ ହେଉଥିବା ଏକ ଗାଈ। ବେକରେ କଣ୍ଟାଲାଗି ରକ୍ତ ଝରୁଥିଲା ହେଲେ ଏ ବାକଶକ୍ତି ହୀନ ଜୀବଟିର ଯନ୍ତ୍ରଣା କାହା ଆଖିରେ ପଡିବ ବା କେମିତି | ମଣିଷ ମଲେ ଏବେ ମଣିଷ ପାଖକୁ ଲୋକ ଯାଉନାହାନ୍ତି, ଏ ଗାଈକୁ ପଛରେ କିଏ !  ଗାଈର ଏଭଳି ବିକଳ ସ୍ଥିତି ଦେଖି ଗାଡିରୁ  ଓହ୍ଲାଇ ପଡ଼ିଥିଲେ ମେଣ୍ଢାଶାଳ ରାପିଡ ରେସପନ୍ସ ଟିମର କରୋନା ଯୋଦ୍ଧାମାନେ |  ଗାଈଟିକୁ ସାହାଯ୍ୟ କରିବାକୁ  ଲୋକଙ୍କ ସହଯୋଗ ଲୋଡିଥିଲେ |  ହେଲେ କିଛି ଫଳ ମିଳିନଥିଲା । ଶେଷରେ କୋଭିଡ-୧୯ଯୋଦ୍ଧା କ୍ଷୀରୋଦ ପାଇକରାୟ ଏବଂ ଡ୍ରାଇଭର ସତ୍ୟ ଦାସ ପନ୍ଦର ମିନିଟ ଯାଏଁ ଅକ୍ଲାନ୍ତ ପରିଶ୍ରମ କରି ଶେଷରେ ଗାଈଟି ବେକରୁ କଣ୍ଟା ତାରକୁ ଅଲଗା କରିଥିଲେ। ନିଜ ପାଖରେ ଥିବା ପିଇବା ପାଣିରେ ଗାଈ ର କ୍ଷତ କୁ ଧୋଇ ନିଜ କର୍ତ୍ତବ୍ୟ  ପଥରେ ଆଗେଇ ଯିବା ପୂର୍ବରୁ ସ୍ଥାନୀୟ ଜନସାଧାରଣଙ୍କୁ ଘଟଣା ସଂମ୍ପକରେ ଅବଗତ କରାଇଥିଲେ।

Leave A Reply

Your email address will not be published.