ସୋସିଆଲ ୱେଲଫେୟର୍ ଅର୍ଗାନାଇଯେସନ୍ ପକ୍ଷରୁ ନବନିଯୁକ୍ତ ଥାନାଧିକାରୀଙ୍କୁ ସମ୍ବର୍ଦ୍ଧନା

0

ଧର୍ମଗଡ / ସୁଶାନ୍ତ ରାଉତ:   ସୋସିଆଲ ୱେଲଫେୟର୍ ଅର୍ଗାନାଇଯେସନ୍ ଧର୍ମଗଡ଼ କଳାହାଣ୍ଡି ପରିବାର ତରଫରୁ ଧର୍ମଗଡ ଥାନା  ନୂତନ  ଆଇଆଇସି ଭାବେ ଯୋଗ ଦେଇଥିବା  ଶ୍ରୀ ଚନ୍ଦ୍ରଶେଖର ଶବରଙ୍କୁ ପୁଷ୍ପଗୁଚ୍ଛ  ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂଗଠନ ର ସଦସ୍ୟ ରମେଶ ଦୁର୍ଗା, ରୋହିତ ବାଗ, ରିଙ୍କୁ ମଙ୍ଗରାଜ, ସୌରଭ ପାନସାରି, ସୁଶାନ୍ତ ରାଉତ ଧର୍ମଗଡ଼ ଅଞ୍ଚଳ ରେ ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ସହର ବାସୀଙ୍କ ଧନଜୀବନ ସୁରକ୍ଷା କୁ ପ୍ରାଥମିକ ଦେବା ପାଇଁ ସଂଗଠନର ସଭାପତି ଶ୍ରୀ ଗୋପିନାଥ ମହାନନ୍ଦ ଅନୁରୋଧ କରିଛନ୍ତି। ଏଥି ସହ କୋଭିଡ୍ -19 କଟକଣା କୁ ଅଞ୍ଚଳବାସୀ ପାଳନ କରି ପୋଲିସ ପ୍ରଶାସନ କୁ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି। ତଥା ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଜରୁରୀକାଳୀନ ପରିସ୍ଥିତିରେ ଥିବା ରୋଗୀଙ୍କୁ ଯେକୌଣସି ମୁହୂର୍ତ୍ତରେ ରକ୍ତ ଯୋଗାଇ ଦେବାକୁ ସଂଗଠନର ସଭାପତି ତଥା ସଂଗଠନର ସଦସ୍ୟ ବନ୍ଧୁମାନେ ଜଣାଇଛନ୍ତି। କାହାର ବି ରକ୍ତ ପାଇଁ  ଜୀବନ ନଯାଉ, ଏହି ମିଶନ ନେଇ  ସୋସିଆଲ ୱେଲଫେୟର୍ ଅର୍ଗାନାଇଯେସନ୍ ଧର୍ମଗଡ଼ କଳାହାଣ୍ଡି  କାର୍ଯ୍ୟ କରିଆସୁଛି | 

 

Leave A Reply

Your email address will not be published.