ମହଗାଁରେ ପୁଣ୍ୟ ଉତ୍କଳ ଶାଖା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

0

ଟିଟିଲାଗଡ (ଗୌରବ ଦରଜୀ)- ବୃକ୍ଷ ହିଁ ଜୀବନ। ବୃକ୍ଷ ନ ହେଲେ ଆଜିକାର ସଂସାର ରେ ବଞ୍ଚି ରହିବା ଅସମ୍ଭବ ପ୍ରାୟ। ଗଛ ଗୁଡ଼ିକ କାଟି ବନ ଅରଣ୍ୟ ସଫା କରିଦେବା ଯୋଗୁଁ ଅନେକ ବନ୍ୟ ପଶୁପକ୍ଷୀ ଇତସ୍ତତଃ ହୋଇ ଗାଁ ଓ ସହର ମୁଖ ହେଉଛନ୍ତି। ସେଥିପାଇଁ ଭାରତ ସରକାରଙ୍କ ଦ୍ବାରା ବନୀକରଣ ଓ ପୁନଃ ବନୀକରଣ ଯୋଜନା କାର୍ଯ୍ୟକ୍ରମ ଚାଲିଛି। ଏହା ସହିତ ଭାରତ ର ଜନସାଧାରଣ ସଚେତନ ହୋଇ ନିଜ ପ୍ରୟାସ ରେ ବନୀକରଣ କରୁଛନ୍ତି। 

ଆଜି ବଲାଙ୍ଗୀର ଜିଲ୍ଲା ପୁଣ୍ୟଉତ୍କଳ ଶାଖା ତରଫରୁ ପ୍ରତିଷ୍ଠାତା ମନୋରଞ୍ଜନ ମହାପାତ୍ର ଙ୍କ ନିର୍ଦେଶ ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ସଭାପତି ଗୀତାଞ୍ଜଳି ଦାସ ଙ୍କ ତତ୍ତ୍ଵାବଧାନରେ  ମହଗାଁର  ସଭାପତି ବୃହସ୍ପତି  ନାଗ , ଉପ ସଭାପତି ଋଷ୍ୟଶୃଙ୍ଘ ବନଛୋର ଓ ସାଧାରଣ ସମ୍ପାଦକ ହିମାଂଶୁ ଦାଶ ଙ୍କ ନେତୃତ୍ୱରେ କୌଶିକ ବନଛୋର , ନରେଶ ନାଗ , ଠଣ ସୁନ୍ଦର ନାଗ, ସମ୍ରାଟ ବନଛୋର , ଯଶପାଳ ମାଝୀ , ସୁନୀଲ ମାଝୀ ,ପରାଶର ବନଛୋର ,ଭଜ, ତରଣୀ, ବିଜୟ, ଅମିତ, ଅଜିତ, ନୀଳାଞ୍ଚଳ ଡାକ୍ତର ଆଦି ଗାଁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିଛନ୍ତି ଏବଂ ବୃକ୍ଷ ଗୁଡ଼ିକ ର ରକ୍ଷଣା ବେକ୍ଷଣ ପାଇଁ ଶପଥ ଗ୍ରହଣ କରିଛନ୍ତି।

Leave A Reply

Your email address will not be published.