ପୂର୍ବତନ ଗଜପତି ଏଡ଼ିଏମଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲା ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ 

0

 ବାରିପଦା(ଦିଲ୍ଲୀପ ମହାନ୍ତି )-  ଗଜପତି ଜିଲ୍ଲାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ସ୍ୱର୍ଗତଃ କରୁଣାକର ରାଇକାଙ୍କ  ବିୟୋଗରେ ଆଜି ମୟୂରଭଞ୍ଜ ଜିଲ୍ଲା ଓଏଏସ ସଂଘ  ଶାଖା ପକ୍ଷରୁ ସଙ୍ଘର ସଭାପତି ତଥା ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ବିବେକାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଶୋକ ସଭା କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ  ହୋଇଯାଇଛି । ପ୍ରଥମେ ସ୍ୱର୍ଗତଃ ରାଇକାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ସ୍ୱର୍ଗତ ରାଇକା ଜଣେ ସରଳ ଅମାୟିକ ଓ.ଏ.ଏସ୍. ଅଫିସର ଭାବରେ ଦୀର୍ଘ ବର୍ଷ ନିଜର କର୍ମ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟକରି ଆସୁଥିବାବେଳେ ସମ୍ପ୍ରତି କୋଭିଡ୍ ପରିଚାଳନା ଦାୟିତ୍ୱରେ ଥାଇ ସୁଚାରୁ ଭାବରେ କାର୍ଯ୍ୟ ସମ୍ପାଦନ ପୂର୍ବକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ଜିଲ୍ଲାର ଉପସ୍ଥିତ ଓ.ଏ.ଏସ୍. ଅଧିକାରୀମାନେ ତାଙ୍କ  ସ୍ମୃତି ଚାରଣ କରିଥିଲେ ।

ଏହି ଶୋକ ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ପ୍ରଶାସନ) ଡିଆରଡିଏ , ସମସ୍ତ ଡେପୁଟି କଲେକ୍ଟର ତହସିଲଦାର ଏବଂ ବି.ଡି.ଓ. ମାନେ ଉପସ୍ଥିତ ରହି ଶଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏହି ଅବସରରେ କ୍ୟାଡର ପୁନଃର ଗଠନ ନିମନ୍ତେ ରାଜ୍ୟ ଓ.ଏ.ଏସ୍ ସଂଘକୁ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଥିଲା ।

Leave A Reply

Your email address will not be published.