ରାଜକୁମାର ଶର୍ମା ହେଲେ ଏପିସି, ସୁରେନ୍ଦ୍ର କୁମାରଙ୍କୁ ଖଣି ଇସ୍ପାତ

0

ଭୁବନେଶ୍ୱର: ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଏକ ଛୋଟିଆ ତଥା ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି |୧୯୮୭  ବ୍ୟାଚ୍ ଆଇଏଏସ୍ ଅଫିସର ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିଶନର ଭାବେ ଅବସ୍ଥାପିତ କରିଛନ୍ତି । ସେହିପରି ଶ୍ରମ ତଥା କର୍ମଚାର ବୀମା ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ ଜଳସମ୍ପଦ ବିଭାଗ ଭଳି ଗୁରୁତ୍ୱପୂର୍ଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ବଦଳି କରାଯାଇ ଥିବା ବେଳେ ପୂର୍ବରୁ ଅତିରିକ୍ତ ଭାବେ ତୁଳାଉଥିବା ମହିଳା ଶିଶୁ କଲ୍ୟାଣ ଓ ମିଶନ ଶକ୍ତି ବିଭାଗ ଦାୟିତ୍ୱ ବି ଅତିରିକ୍ତ ଭାବେ ଜଳସମ୍ପଦ ବିଭାଗ ଦାୟିତ୍ୱରେ ଥିବା ସୁରେନ୍ଦ୍ର କୁମାରଙ୍କୁ ଖଣି ଇସ୍ପାତ ବିଭାଗ ପ୍ରମୁଖ ସଚିବ ଭବେ ବଦଳି କରାଯାଇଥିବା ବେଳେ କଟକ ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ଅତିରିକ୍ତ ଭାବେ  ଏମଏସଏମଇ ବିଭାଗର ପ୍ରମୁଖ  ସଚିବ ଥିବା ସତ୍ୟବ୍ରତ ସାହୁଙ୍କୁ ଅତିରିକ୍ତ ଭାବେ ସ୍କୁଲ ଓ ଗଣଶିକ୍ଷା ବିଭାଗ  ଦାୟିତ୍ୱ ଦିଆଯାଇଛି  | ସେହିପରି ସ୍କୁଲ ଗଣଶିକ୍ଷା ପ୍ରମୁଖ ସଚିବ ଥିବା ଚିତ୍ର ଆରୁମୁଗମଙ୍କୁ  ଶ୍ରମ ତଥା କର୍ମଚାର ବୀମା ବିଭାଗ ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି |

Leave A Reply

Your email address will not be published.