ଡାକ୍ତର କେମିତି ହେବେ ଏଭଳି ଦାୟିତ୍ୱହୀନ !!!

0

ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅବହେଳାର ଚରମ ଉଦାହରଣ, ଆଇସୋଲେସନ ୱାର୍ଡ଼ ପରିବର୍ତ୍ତେ ସାଧାରଣ ୱାର୍ଡ଼ରେ ଭର୍ତ୍ତି କରିଥିଲେ ଡାକ୍ତର

ଜ୍ବର ଓ ଥଣ୍ଡା ଯୋଗୁଁ ଚିକିତ୍ସିତ ଅବସ୍ଥାରେ କୋରୋନା ଭୂତାଣୁ ସଂକ୍ରମଣ ଜଣାପଡ଼ିଲା।  

ଝାରସୁଗୁଡ଼ା :(ସୁଭାଷ ସହାରେ) / ଝାରସୁଗୁଡ଼ା ଏଡିଏମଓ ଏକ ୫୪ ବର୍ଷ ବୟସ୍କ ଜଣେ ପୁରୁଷଙ୍କ ଠାରେ କରୋନା ଭୂତାଣୁ ପଜିଟିଭ ଥିବା ନିଶ୍ଚିତ କରିଛନ୍ତି। ଝାରସୁଗୁଡ଼ା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଜ୍ବର, ଥଣ୍ଡା ଓ ଦୁର୍ବଳତା ନିମନ୍ତେ ଚିକିତ୍ସିତ ହେଉଥିବା ଏହି ବ୍ୟକ୍ତି କୋରୋନା ଭୂତାଣୁ ସଂକ୍ରମିତ ବୋଲି ଜଣାପଡ଼ିଛି। 

୫୪ ବର୍ଷ ବୟସ୍କ ସକାଳ ୯.୦୦ଟାରେ ଜ୍ବର ଓ ଥଣ୍ଡାର ଲକ୍ଷଣ ଆସିବା ପରେ ଝାରସୁଗୁଡ଼ା  ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ଜେନେରାଲ ୱାର୍ଡ଼ରେ ଭର୍ତ୍ତି ହେବା ସମୟରେ ତାଙ୍କୁ ୩୬ ନମ୍ବର ବେଡରେ ରଖାଯାଇଥିଲା। ତାଙ୍କ ଚିକିତ୍ସା ପାଇଁ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟ ମାନଙ୍କୁ ନିଯୁକ୍ତ କରାଯାଇଥିଲା। ମାତ୍ର ବର୍ତ୍ତମାନ ଜନସାଧାରଣଙ୍କ ପକ୍ଷରୁ ପ୍ରଶ୍ନ ଆସୁଛି ଯେ କୋରୋନା ଲକ୍ଷଣ ଥିବା ତଥା ସ୍ୱାବ ପରୀକ୍ଷା ହେବାକୁ ଯାଇଥିବା  ଜଣେ ରୋଗୀଙ୍କୁ ଆଇସୋଲେସନ ୱାର୍ଡ଼ ପରିବର୍ତ୍ତେ ସାଧାରଣ ୱାର୍ଡ଼ରେ କିପରି ଭର୍ତ୍ତି କରାଯାଇଥିଲା। ଏହା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଓ ଖାମଖିଆଲି ମନୋଭାବ ଅଟେ ବୋଲି ଜନସାଧାରଣ ଭରଣପୋଷଣ କରୁଛନ୍ତି। ତାଙ୍କର ସ୍ବାବ ନମୂନା ୨୩ ଜୁଲାଇରେ ସଂଗ୍ରହ କରାଯାଇଥିଲା ଏବଂ ୨୬ ଜୁଲାଇରେ ପଜିଟିଭ ବାହାରିବା ପରେ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ଅବହେଳାର ଏକ ଚରମ ଉଦାହରଣ ଓ ଏହା ଦ୍ଵାରା ଏକ ଆଶଙ୍କାର ବାତାବରଣ ଖେଳିଯିବା ସ୍ବାଭାବିକ। ଏହାପରେ ଏହାଙ୍କୁ କୋଭିଡ ସ୍ବତନ୍ତ୍ର ଚିକିତ୍ସା ବିଭାଗକୁ ବଦଳି କରାଯାଇଥିବା ଜଣାପଡ଼ିଛି। ସୂଚନାନୁସାରେ ସମ୍ବଲପୁର ଅଞ୍ଚଳର ଏହି ବ୍ୟକ୍ତିଝାରସୁଗୁଡ଼ାରେ ରହିଆସୁଥିଲେ।

Leave A Reply

Your email address will not be published.