ଓଡ଼ଗାଁରେ ଅମାନିଆ ହେଲା କରୋନା : ଗୋଟିଏ ଦିନରେ ୨୫ ଚିହ୍ନଟ

0

କଣ୍ଟେନମେଣ୍ଟ ଘୋଷଣା ଓ ନାକାବନ୍ଦୀକୁ ଅଂଚଳବାସୀଙ୍କ ବିରୋଧ 

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଓଡ଼ଗାଁ ଏନଏସିର ୩ଟି ୱାର୍ଡକୁ  ଆଜି ପୁଣି କଣ୍ଟେନମେଣ୍ଟ  ଘୋଷଣା କରିଥିବା ବେଳେ ଏହାକୁ କାର୍ଯ୍ୟକରି  କରିବାକୁ ଏନ୍ଏସି ପ୍ରଶାସନ ହୋଇଛି  ବିରୋଧର ସମ୍ମୁଖୀନ ହୋଇଛନ୍ତି । ସ୍ଥାନୀୟ ପ୍ରଶାସନର ସମୟୋଚିତ କାର୍ଯ୍ୟରେ ଅବହେଳା ଦର୍ଶାଇ ନାକାବନ୍ଦୀକୁ ୱାର୍ଡ ବାସୀ ବିରୋଧ କରିଥିଲେ । ଗତ୧୬ ତାରିଖରେ ପ୍ରଥମେ ଏଠାରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ତାଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କ ବିଷୟରେ କୈାଣସି ତଥ୍ୟ ସଂଗ୍ରହ କରାଯାଇ ସେମାନଙ୍କ ଠାରୁ ସ୍ୱାବ ସଂଗ୍ରହ ହୋଇନଥିବା ବେଳେ ଏବେ  ଏଠାରୁ ପୁଣି ସଂକ୍ରମିତ ଚିହ୍ନଟ ହେବାକୁ ନେଇ ଲୋକେ ପ୍ରତିବାଦ କରିଥିଲେ । ଘଟଣାସ୍ଥଳରେ ନୟାଗଡ଼ ପୈାର ନିର୍ବାହୀ ଅଧିକାରୀ ତଥା ଓଡ଼ଗାଁ ଏନ୍ଏସି ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଏବଂ ପରେ ଓଡ଼ଗାଁ ଥାନା ଅଧିକାରୀ ପହଂଚି ଲୋକଙ୍କୁ ବୁଝାଶୁଝା କରିଥିଲେ ।

ଆସନ୍ତାକାଲି ପ୍ରଶାସନର ସହାୟତାରେ ଏହି ୩ଟି ୱାର୍ଡର  ୯ଟି ସ୍ଥାନରେ ନାକାବନ୍ଦୀ କରାଯିବ ବୋଲି ଜଣାଯାଇଛି । ସୁଚନା ଥାଉକି ଗତକାଲି ଓଡ଼ଗାଁ ଏନଏସି ସହିତ ବ୍ଳକର କୁରାଳ, ସୁନାମୁହିଁ, ଗିରିଡିପଲ୍ଲୀ, ଭଗବତୀ ପ୍ରସାଦ ଅଂଚଳରୁ ୨୫ ସଂକ୍ରମିତଙ୍କ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫୦ରେ ପହଁଚି ଥିବା ବେଳେ ଓଡ଼ଗାଁ ଏନଏସିରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧ରେ ପହଁଚିଛି । ଏହି ୨୫ ଜଣଙ୍କ ମଧ୍ୟରେ ଓଡ଼ଗାଁ ଆଦର୍ଶ ଥାନାରୁ ୩ ଜଣ, ଲଣ୍ଡାବାଦୁ ୩, ସୁନାମୁହିଁ ୨, ଭଗବତୀପ୍ରସାଦ ୨, ଗିରିଡ଼ିପଲ୍ଲୀ ୩, କୁରାଳ ତୋଟାସାହି ୯, ଓଡ଼ଗାଁ ବଜାର ସାହି ୧, ଖାଡ଼ିତେଲୀ ସାହି ୨ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ସମସ୍ତ ଆକ୍ରାନ୍ତ ବାହ୍ୟ ସଂକ୍ରମିତ ବୋଲି ପ୍ରାଥମିକ ଭାବେ ସୂଚନା ମିଳିଛି । ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକଲେ ପ୍ରଶାସନ ଅଧିକ ତତ୍ପର  ହେବା ସହିତ ସାଧାରଣ ଜନତା କୋଭିଡ-୧୯ ନିୟମକୁ ମାନି ନେଇ ସଚେତନ ରହିବାର ଆବଶ୍ୟକ ହୋଇପଡିଛି ।   

Leave A Reply

Your email address will not be published.