ଦୁର୍ଘଟଣାରେ ଆହତ ଗାଈ ବାଛୁରୀଙ୍କୁ ଉଦ୍ଧାର କଲା ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ

0

 ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସ୍ଥାନୀୟ ଧନୁପାଲୀ ଭତରା ନିକଟରେ ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଏକ ବାଛୁରୀ ଏବଂ ଗାଈ  ଗୁରୁତର ଆହତ ହୋଇ ବୁଲୁଥିଲେ l ଶୁକ୍ରବାର ଏହାର ସୂଚନା ପାଇ ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ, ପକ୍ଷରୁ ସଭାପତି ସୌରଭ ରଞ୍ଜନ ମହାପାତ୍ର, ପରାମର୍ଶଦାତା ପଣ୍ଡିତ ମନମୋହନ ପାଣିଗ୍ରାହୀ, ପ୍ରତିଷ୍ଠାତା ସଦସ୍ୟ ବିକ୍ରମ ଗୁରୁ, ତପନ ଗୁରୁ, ଆଲୋକ ଗୁରୁ ଏବଂ ପ୍ରାଣ ଷଡ଼ଙ୍ଗି ଙ୍କ ନେତୃତ୍ଵରେ ଉଦ୍ଧାର କରି ଆବଶ୍ୟକ ଚିକିତ୍ସା କରାଯାଇଥିଲା l ସଟ୍ ଡାଉନ୍ ସମୟରେ ଟ୍ରଷ୍ଟ ଦ୍ବାରା ଏହା ୬ଷ୍ଠ ଥର ପାଇଁ ଆହତ ପଶୁ ମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି l

     ଏହି ଚିକିତ୍ସା ଭ୍ରାମ୍ୟମାଣ ପଶୁ ଚିକିତ୍ସାଳୟରେ ନିୟୋଜିତ ଡା. ସ୍ଵାଗତିକା ସାହୁ, ଏଲଆଇ ଲଳିତ ବେବର୍ତ୍ତା, କର୍ମଚାରୀ ଗୋବିନ୍ଦ ଷଣ୍ଡ ଓ ମୋହନ କୁମାରଙ୍କ ଦ୍ଵାରା କରାଯାଇଥିଲା | ଆହତ ଗାଈ ଏବଂ ବାଛୁରୀ କୁ ଉତ୍ତମ ଚିକିତ୍ସା ପ୍ରଦାନ କରିଥିବାରୁ ଟ୍ରଷ୍ଟ ପକ୍ଷରୁ ପ୍ରାଣୀ ଚିକିତ୍ସା ଅଧିକାରୀ ଏବଂ କର୍ମଚାରୀଙ୍କୁ ଶ୍ରୀ ବ୍ରଜ ଗିରିରାଜ ସେବା ସଂସ୍ଥାନ ଟ୍ରଷ୍ଟ, ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.