ପଶ୍ଚିମ ଓଡିଶାର କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଏବଂ ବରପୁତ୍ରଙ୍କ ନାମରେ ନାମିତ ହେଉ ଲିଲାରୀ ଇକୋ ଟୁରୀଜମି ପାର୍କ

0

ବରଗଡ଼ ସାଂସଦ ଏମସିଏଲର ସିଏମଡିଙ୍କୁ ଲେଖିଲେ  ପତ୍ର

ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ଏ ଅଞ୍ଚଳର ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ବହନ କରୁ ଏହି ପର୍ଯ୍ୟଟନ ସ୍ଥଳ 

ଝାରସୁଗୁଡା(ସୁବାସ ସାହାରେ) :  ଝାରସୁଗୁଡା ଜିଲ୍ଲାର ଲିଲାରୀ ଠାରେ ଇକୋ ଟୁରୀଜମି ପାର୍କକୁ ପଶ୍ଚିମ ଓଡିଶାର କ୍ରାନ୍ତିକାରୀ, ସ୍ୱାଧୀନତା ସଂଗ୍ରାମୀ, ଏବଂ ବରପୁତ୍ରଙ୍କ ନାମରେ ସମର୍ପିତ କରିବା, ସେମାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ଏ ଅଞ୍ଚଳର ସାହିତ୍ୟ ସଂସ୍କୃତି ଓ ପରମ୍ପରା କୁ ବହନ କରୁଥିବା ଶବ୍ଦବଳୀରେ ନାମିତ କରିବା ପାଇଁ ବରଗଡ଼ ସାଂସଦ ସୁରେଶ କୁମାର ପୂଜାରୀ ମହାନଦୀ କୋଲଫିଲଡ ଲିମିଟେଡ଼ (ଏମସିଏଲ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି ଏନ ଶୁକ୍ଲାଙ୍କୁ ପତ୍ର ଲେଖିଛନ୍ତି | 

ସୂଚନାଯୋଗ୍ୟ ଯେ, ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲଖନପୁର ବ୍ଲକ ରେ ଲିଲାରୀ ଖଣି ପର୍ଯ୍ୟଟନ ସ୍ଥଳୀ ହେବାକୁ ଯାଉଥିବା ଏହି ପର୍ଯ୍ୟଟନ ସ୍ଥଳୀ କୁ ଉତ୍କଳ ଉପବନ ନାମରେ ନାମିତ କରାଯାଇଛି ।ରାଜଧାନୀ ଦିଲ୍ଲୀ ରେ ଗୁରୁବାର କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ  ଶାହ  ବୃକ୍ଷ ରୋପଣ କରି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଥିଲେ | ତାଙ୍କ ସହ କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ବି ଉପସ୍ଥିତ ଥିଲେ ।

ରାଜ୍ୟର ବୃହତ ଖଣି ପର୍ଯ୍ୟଟନ ସ୍ଥଳୀ ଭାବରେ ଏମ ସି ଏଲ କର୍ତ୍ତୃପକ୍ଷ  ଲଖନପୁର ଖଣି କ୍ଷେତ୍ର ଅନ୍ତର୍ଗତ ଲିଲାରୀ ଖଣି କୁ ୧୫ କୋଟି ବ୍ୟୟ ଅଟକଳ ରେ ପ୍ରସ୍ତାବ ରହିଥିଲାବେଳେ ୨୫ କୋଟି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାର ସୂଚନା ମିଳିଛି ।ଏହି ପର୍ଯ୍ୟଟନ ସ୍ଥଳୀ କୁ ମୁଚବାହାଲ ଛକ ଠାରୁ ରାସ୍ତା ନିର୍ମାଣ, ବୋଟିଂ କ୍ଲବ, ଆଧୁନିକ ପାର୍କ, ଫଳ ବଗିଚା, ବୃକ୍ଷ ରୋପଣ ସବୁଜିମା, ଟ୍ରଏ ଟ୍ରେନ, ସାଇକେଲ ଟ୍ରାକ, ଶୌଚାଳୟ, ବସିବା ଷ୍ଟଲ, କଟେଜ ନିର୍ମାଣ, ବିଶୁଦ୍ଧ ପାନୀୟ ଜଳଯୋଗାଣ, ପିକନିକ ପାଇଁ ସ୍ୱତନ୍ତ୍ର ସ୍ଥାନ, ଛୋଟ ପୋଖରୀ, ଖାଇବା ଷ୍ଟଲ, ଇତ୍ୟାଦି ପ୍ରଥମ ପର୍ଯ୍ୟାୟରେ କରିବାକୁ ସ୍ଥିର କରାଯାଇଛି ।ଏହା ଅତ୍ୟାଧୁନିକ ପାର୍କ ଭାବରେ ବେଶ ପରିଚିତ ହେବ । ୪ କିଲୋମିଟର ରାସ୍ତା ସହ ପ୍ରାୟ ୫୦୦ଏକର ଜମିରେ ବନୀକରଣ ସହ ଏହି ପର୍ଯ୍ୟଟନ ସ୍ଥଳୀ ନିର୍ମାଣ ହେବ ବୋଲି ସୂଚନା ମିଳିଛି |

 ସାଂସଦଙ୍କ ଏହି ପ୍ରସ୍ତାବ ଉପରେ  ‘ମହାନଦୀ କୋଇଲା କମ୍ପାନୀ’ ମଧ୍ୟ ତାଙ୍କର ପ୍ରସ୍ତାବରେ ସହମତ  ହୋଇଥିବା ଜଣାପଡିଛି | 

Leave A Reply

Your email address will not be published.