ପୋଲସରା ବିଧାୟକ ଶ୍ରୀକାନ୍ତ ସପତ୍ନୀକ କରୋନା ଆକ୍ରାନ୍ତ

0

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ପୋଲସରା ବିଧାୟକ ଓ ତାଙ୍କ ଧର୍ମପତ୍ନୀ ଉଭୟଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ତାଙ୍କର ଧର୍ମପତ୍ନୀ ଗୋଲାପ ସାହୁ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ଶ୍ରୀ ସାହୁ ଜ୍ୱର ଅନୁଭବ କରିବା ଦ୍ୱାରା ମଙ୍ଗଳବାର ଦିନ ଶ୍ରୀ ସାହୁ ଓ ଶ୍ରୀମତୀ ସାହୁ ଙ୍କ ସ୍ଲାବ ପରୀକ୍ଷା ପାଇଁ ନିଆଯାଇଥିଲା। ବୁଧବାର ଦିନ ଦୁହିଁଙ୍କ କରୋନା ପଜିଟିଭ ବାହାରିବା ପରେ ଦୁହେଁ ଭୁବନେଶ୍ୱର ବିଧାୟକଙ୍କ କ୍ୱାର୍ଟରେ କ୍ୱରେଣ୍ଟିନରେ ରହି ଚିକିତ୍ସା ହେଉଛନ୍ତି। ବିଧାୟକ ଶ୍ରୀକାନ୍ତ ସାହୁ କରୋନା ସଂକ୍ରମଣକୁ ଭୟ ନକରି ପୋଲସରା ନିର୍ବାଚନ ମଣ୍ଡଳୀର ସମସ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବୁଲି ପ୍ରବାସୀ ଓଡ଼ିଆଙ୍କ ଭଲ ମନ୍ଦ ବୁଝି ସମାଧାନ କରୁଥିଲେ। ବାଲିପଦରରେ କରୋନା ସଙ୍କଟ ଲାଗି ଜନସାଧାରଣ ଭୟଭୀତ ଥିବା ବେଳେ  ସେ ଗତ ଜୁଲାଇ ୧୫ ତାରିଖ ଦିନ ସେଠାକୁ ଯାଇ ସରପଞ୍ଚ, ସମିତିସଭ୍ୟ ଙ୍କ ସମେତ ବହୁ ଲୋକଙ୍କୁ ଭୟଭୀତ ନହୋଇ ସତର୍କତା ଅବଲମ୍ବନ କରିବାକୁ ସାହାସ ଦେଇ ଫେରିଥିଲେ। କରୋନା ସଂକ୍ରମଣରୁ କପରି ରକ୍ଷା ପାଇବା ସେ ବିଷୟ ନେଇ  ଲୋକଙ୍କୁ ସର୍ବଦା ବୁଝାଉ ଥିଲେ। ଏହି କାର୍ଯ୍ୟରେ ସେ ବହୁ ଲୋକଙ୍କ ନିକଟତର ହେବା ଦ୍ୱାରା ସେ ନିଜେ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଜଣେ କରୋନା ଯୋଦ୍ଧା ଭାବେ ବିଭିନ୍ନ ସଂଗଠନ ପକ୍ଷରୁ ବିଧାୟକ ଶ୍ରୀ ସାହୁଙ୍କୁ ସମ୍ମାନୀତ କରାଯାଇଛି। ବର୍ତ୍ତମାନ ଶ୍ରୀ ସାହୁ ଓ ଶ୍ରୀମତୀ ସାହୁ ଙ୍କ ସ୍ୱାସ୍ଥ୍ୟ ଭଲ ଥିବା ବେଳେ ତୁରନ୍ତ ଆରୋଗ୍ୟ ଲାଭ କରିବାକୁ  କାମନା କରି ଅଞ୍ଚଳବାସୀ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Leave A Reply

Your email address will not be published.