ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ବୁଗୁଡା ଗସ୍ତ

0

 ବୁଗୁଡା (ଡ଼ଃ କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲାର କୋଭିଡ ପାଇଁ ନିଯୁକ୍ତି  ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ବିଶାଳ ସିଂ ମଙ୍ଗଳବାର ଦିନ ବୁଗୁଡା ଗସ୍ତରେ ଆସି କରୋନା ସ୍ଥିତ ଅନୁଧ୍ୟାନ କରି ଫେରିଥିବା ଜଣାପଡିଛି। ସ୍ପେଶାଲ ଏଡିଏମ ଶ୍ରୀ ସିଂ ବୁଗୁଡ଼ାରେ ପହଞ୍ଚି ବୁଗୁଡା ସହରର ବିଭିନ୍ନ ଅଞ୍ଚଳର ଜନସାଧାରଣଙ୍କୁ ଭେଟି ସଚେତନତା କରବା ସହ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏଥିସହ କୋଭିଡ କାର୍ଯ୍ୟରେ ନିଯୁକ୍ତି ଥିବା କର୍ମଚାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ସେସ୍ପାଲ ଏଡିଏମ ଶ୍ରୀ ସିଂ ଙ୍କ ସହ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା ଓ ବୁଗୁଡା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.