ଟିଟିଲାଗଡ (ଗୌରବ ଦରଜୀ)– ଟିଟିଲାଗଡ କୋର୍ଟ ପରିସର ଭିତରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଉପ ଭୂମି ପଞ୍ଜିକରଣ କାର୍ଯ୍ୟାଳୟ କୁ ଅନେକ ବ୍ୟକ୍ତି ପଞ୍ଜିକରଣ ପାଇଁ ଆସିଥିଲେ। କାର୍ଯ୍ୟାଳୟ ସମ୍ମୁଖ ରେ କିଛି ବ୍ୟକ୍ତି ଛିଡ଼ା ହୋଇ ଥିବା ସମୟ ରେ ପାଖରେ ଥିବା ଏକ ବଡ଼ ଗଛରୁ ଡାଳ ପଡି ୩ ଜଣ ଗୁରୁତର ଆଘାତ ହେବ ସହ କିଛି ଜଣ ସାମାନ୍ୟ୍ ଆହତ ହୋଇଛନ୍ତି। ଗୁରୁତର ଆଘାତ ହୋଇଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ସତିଘାଟର ପବିତ୍ର ମାଝି (ପୁରୁଷ, ୫୦) , ଧନଞ୍ଜୟ ମାଝୀ (ପୁରୁଷ, ୪୬) ଭୂମି ମାଝୀ ( ମହିଳା, ୪୨) ଆଦି ଗୁରୁତର ଆହତ ହୋଇଛନ୍ତି। କାହାର ଅଣ୍ଟା ଭାଙ୍ଗିଛି ତ କାହାର ଗୋଡ଼ ଭାଙ୍ଗିଛି ଓ କାହାର ମୁଣ୍ଡ ଫାଟିଛି। ସେମାନଙ୍କୁ ଟିଟିଲାଗଡ ସରକାରୀ ଡାକ୍ତଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
Sign in
Sign in
Recover your password.
A password will be e-mailed to you.