ସଡ଼କ ଦୁର୍ଘଟଣାରେ ମୃତ ସଫେଇ କର୍ମଚାରୀଙ୍କ ପରିବାରକୁ ସବୁଜ ସୁନ୍ଦର ପକ୍ଷରୁ ସମବେଦନା

0

ବାରିପଦା(ଦିଲ୍ଲୀପ ମହାନ୍ତି )-   ବାରିପଦା ସହର ମଧ୍ୟ ଦେଇ ଯାଉଥିବା ୧୮ ନମ୍ବର ଜାତୀୟ ରାପଥର କୁଚେଇ ନିକଟରେ ସଡ଼କ ଦୁର୍ଗଟଣାରେ ସଫେଇ କର୍ମଚାରୀ ପେଲକା ମୁର୍ମୁଙ୍କ ମୃତ୍ୟୁ  ହୋଇଛି । ଖବରପାଇ ସବୁଜ ସୁନ୍ଦର ବାରିପଦାର ଆବାହକ ଜିତେନ୍ଦ୍ର ମହାନ୍ତି ମୃତ ପେଲକାଙ୍କ ଘରକୁ ଯାଇ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ଏଥି ସହିତ ମୃତକର ଅନ୍ତିମ ସଂସ୍କାର ଓ ଶୁଦ୍ଧକ୍ରିୟା ନିମନ୍ତେ ନଗଦ ୫ ହଜାର ଟଙ୍କାର ସହାୟତା ପତ୍ନୀ ତୁମନି ମୁର୍ମୁଙ୍କୁ ପ୍ରଦାନ କରିଥିଲେ । ପ୍ରକାଶ ଥାଉକି, ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅନ୍ତର୍ଗତ ତୁଳସୀବଣି ଗ୍ରାମର ପେଲକା ମୁର୍ମୁ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ଧରି ବାରିପଦା ପୌରପରିଷଦରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରି ନିଜ ପରିବାରର ଭରଣପୋଷଣ କରିଆସୁଥିଲା । ଗତ ଜୁଲାଇ ୨୨ରେ ପୌରପରିଷଦର ସଫେଇ କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଆସୁଥିବା ବେଳେ ରାଜପଥର କୁଚେଇ ଗ୍ରୀଡ଼ ନିକଟରେ ଏକ ଅଜଣା ପିକ-ଅପ୍ ଦୃତ ଗତିରେ ଆସି ଧକ୍କା ଦେଇ ପଳାଇ ଯାଇଥିଲା । ଫଳରେ ଘଟଣାସ୍ଥଳରେ ପେଲକା ମୁର୍ମୁର ମୃତ୍ୟୁ  ହୋଇଥିଲା । ଦୁର୍ଘଟଣା ଘଟାଇ ଖସି ପଳାଇ ଯାଇଥିବା ଉକ୍ତ ପିକ୍ ଅପକୁ ଧରିବା ସହିତ ମୃତ ପେଲକା ମୁର୍ମୁୁଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରାଇବା ନିମନ୍ତେ କୁଳିଅଣା ଥାନା ଅଧିକାରୀଙ୍କ ନିକଟରେ ଦାବି ଜଣାଇଛନ୍ତି ବାରିପଦା ସବୁଜ ସୁନ୍ଦରର ଆବାହକ ଜିତେନ୍ଦ୍ର ମହାନ୍ତି । 

Leave A Reply

Your email address will not be published.