ହାଟଡିହି (ଶାସକ ପ୍ରଶାସକ) : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳ ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି l ମୁକାବିଲା ପାଇଁ ପ୍ରଶାସନ ତରଫରୁ ବିଭିନ୍ନ ବ୍ୟବସ୍ଥା କରାଯାଇ ପଦକ୍ଷେପ ନିଆଯାଉଛି l କିନ୍ତୁ ଚାକିରୀ କରିଥିବା ଜଣେ ଯୁବତୀ ସରକାରୀ ନୀତି ନିୟମ କୁ ମାନି ନାହାଁନ୍ତି lସରକାର ଲୋକଙ୍କୁ ସଚେତନ କରୁଥିବା ବେଳେ ସରକାରୀ ଚାକିରୀ କରିଥିବା ଜଣେ ମହିଳା କର୍ମଚାରୀ ଙ୍କ ଦାୟିତ୍ୱହୀନତା ପାଇଁ ବିଷମ ପରିସ୍ଥିତି ସୃଷ୍ଟି ହୋଇଛି l ଫଳରେ ଯୁବତୀ ଙ୍କ ସଂସ୍ପର୍ଶ ରେ ଆସି ଅନ୍ୟ ମାନେ କରୋନା ଆକ୍ରାନ୍ତ ହୋଇଛନ୍ତି l ଅଦ୍ୟାବଧି ଯୁବତୀଙ୍କ ଠାରୁ ପାଞ୍ଚ ଜଣ କରୋନା ଆକ୍ରାନ୍ତ ହୋଇସାରି ଥିବା ବେଳେ ଅନ୍ୟ ମାନେ ପରୀକ୍ଷା ପାଇଁ ସ୍ୱାବ ଦେଇଛନ୍ତି l ସ୍ଥାନୀୟ ଡଅଁର ସରପଞ୍ଚ ଏ ନେଇ ଚିନ୍ତା ପ୍ରକଟ କରିଥିବା ବେଳେ ଅସନ୍ତୋଷ ପ୍ରକାଶ କରିଛନ୍ତି l ସରପଞ୍ଚ ଙ୍କ କହିବା ଅନୁସାରେ ଯୁବତୀ ଜଣକ ସମ୍ବଲପୁର ରେ ଅବକାରୀ ବିଭାଗ ରେ ଚାକିରୀ କରିଥିଲେ l ତାଙ୍କର ଭୁବନେଶ୍ୱର କୁ ବଦଳି ହୋଇଥିଲା l ନିୟମ ଅନୁସାରେ ବଦଳି ହୋଇଥିବା ସ୍ଥାନରେ ଡିୟୁଟି ଆରମ୍ଭ କରିବା ପୂର୍ବରୁ ଯୁବତୀ ଙ୍କ ସ୍ୱାବ ସଂଗ୍ରହ ହୋଇଥିଲା l ରିପୋର୍ଟ ଆସିବା ପୂର୍ବରୁ ଯୁବତୀ ଜଣକ ନିଜ ଘରକୁ ପଳାଇ ଆସିଥିଲେ l ପରିବାର ସହ ମିଳିମିଶି ଘରେ ରହି ରହିଥିଲେ l ଯୁବତୀ ଓ ତାଙ୍କ ପରିବାର ର ସମସ୍ତ ସଦସ୍ୟ ନିଜ ଗ୍ରାମ ଓ ଅନ୍ୟ ଗ୍ରାମର ଲୋକଙ୍କ ସଂସ୍ପର୍ଶ ରେ ଆସିଥିଲେ lଚାକିରୀରୁ ଘରକୁ ଫେରିଥିବା ଖୁସିରେ ଯୁବତୀ ଜଣକ ଶାଳନିଆ ପଂଚାୟତ ର ଏକ ଗ୍ରାମରେ କିଛି ଲୋକଙ୍କୁ ମିଠା ବାଣ୍ଟି ଥିଲେ l ପରେ ସେଠାରୁ ଜଣେ କଲେଜ ଛାତ୍ରୀ ଆକ୍ରାନ୍ତ ହୋଇଛନ୍ତି l ଯୁବତୀ ଙ୍କ ପରିବାର ର ଅନ୍ୟ ଚାରି ଜଣ ବି ଆକ୍ରାନ୍ତ ହୋଇଛନ୍ତି lସମସ୍ତଙ୍କୁ ଚିକିତ୍ସା ପାଇଁ ନିଆଯାଇଛି l ଆହୁରି ମଧ୍ୟ ଯୁବତୀ ଜଣକ ହାବଳେସ୍ୱର ପଞ୍ଚାୟତ ନିଜ ବନ୍ଧୁ ଘରକୁ ଯାଇଥିଲେ l ଏପରିକି ପରିବାର ସମସ୍ତ ସଦସ୍ୟ ବିଭିନ୍ନ ଅଞ୍ଚଳ ଓ ସ୍ଥାନୀୟ ଛକ ବଜାର ରେ ବୁଲାବୁଲି କରି ଲୋକଙ୍କ ସହ ମିଳାମିଶା କରିଛନ୍ତି l ଏପରିକି ଯୁବତୀ ଜଣକ ଗ୍ରାମକୁ କେତେବେଳେ ଆସିଲେ ତାହା ତାଙ୍କୁ ଜଣା ନ ଥିବା ସରପଞ୍ଚ କହିଛନ୍ତି l ଜାଣିବା ପରେ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି ଏବଂ ଉପରିସ୍ଥ ଅଧିକାରୀ ଙ୍କୁ ଅବଗତ କରାଯାଇଛି l ବିଭିନ୍ନ ଅଞ୍ଚଳ ଲୋକ ମାନେ ଚିନ୍ତା ପ୍ରକଟ କରିଥିବା ବେଳେ ସଂସ୍ପର୍ଶ ରେ ଆସିଥିବା ବ୍ୟକ୍ତି ଙ୍କୁ ତୁରନ୍ତ ଚି଼ହ୍ନଟ କରାଯାଇ କ୍ୱାରାଣ୍ଟାଇନ ରେ ରଖିବା ସହ ସ୍ୱାବ ସଂଗ୍ରହ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉ ବୋଲି ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post